ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱନ କ୍ରମେ ରାଜ୍ୟରେ ଦାୟିତ୍ୱ ନେଇଥିବା ୩୩ ଗୋଟି ଯୁବ ସଂଗଠନର ସଭାପତି ଏବଂ ୬ ଗୋଟି ଜୋନ୍ କାର୍ଯ୍ୟକର୍ତ୍ତା ଆଜି ଏକ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ ତାଙ୍କ ବକ୍ତବ୍ୟରେ, ପଦବୀ ଏକ ଦାୟିତ୍ୱ, କ୍ଷମତା ନୁହେଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର ସଂଗଠନକୁ ମଜୁବୁତ କରିବା ଏବଂ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଏକ ସୁଯୋଗ ଦେଇଥିବା କହିଛନ୍ତି । ଆଜି ଏହି ଭିସିରେ ସାଂଗଠନିକ ଦାୟିତ୍ୱ ନେଇଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପରିଚୟ ପ୍ରଦାନ କରାଯାଇଥିବା ବେଳେ ବୈଠକରେ ଅମରେଶ ପତି, ରଣଜିତ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିବା ଜଣାଯାଇଛି ।





