Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆବାସ କାର୍ଯ୍ୟାଦେଶ ଓ ଭାଗବତ ଟୁଙ୍ଗୀ ଉପକରଣ ବଣ୍ଟନ

by Anil Panda
September 27, 2020
in Nayagarh
ଆବାସ କାର୍ଯ୍ୟାଦେଶ ଓ ଭାଗବତ ଟୁଙ୍ଗୀ ଉପକରଣ ବଣ୍ଟନ
229
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ବ୍ଲକ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭାଗବତ ଟୁଙ୍ଗୀର ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡିଓ ସିରିୟାଲ ପଟେଲ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଅତିରିକ୍ତ ବିଡିଓ ସରୋଜ କୁମାର ନାୟକଙ୍କ ସମେତ ଲୋକପ୍ରତିନିଧି ଓ ହିତାଧିକାରୀ ଉପସ୍ଥିତ ଥିଲେ । ଗଣିଆ ବ୍ଲକରେ ୬୭ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛାମୁଣ୍ଡିଆ ପଞ୍ଚାୟତରେ ୨୮ ଜଣ, କରଡ଼ାପଡ଼ାରେ ୧୫ ଜଣ, କିଶୋରପ୍ରସାଦରେ ୩ ଜଣ ଓ ଆଡ଼ କଟାରେ ୨୧ ଜଣ ଥିବା ଜଣାପଡିଛି । ସେହିପରି ୫ଟି ଗ୍ରାମକୁ ଭାଗବତ ଟୁଙ୍ଗି ପାଇଁ ଉପକରଣ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ, ପାଣ୍ଡରାସିଙ୍ଗା ଓ ପୂର୍ଣ୍ଣଚନ୍ଦ୍ରପୁର, ଛାମୁଣ୍ଡିଆ ପଂଚାୟତର ଇଶ୍ୱରପୁର ଓ ରାସଙ୍ଗର ବସନ୍ତପୁର ଭାଗବତ ଟୁଙ୍ଗିକୁ ମାଇକସେଟ୍ ପ୍ରଦାନ କରାଯାଇଛି । ସରକାରଙ୍କର ଏହି ଜନହିତକର ଯୋଜନା ଯୋଗୁଁ ଓଡିଶାରେ ବୁଡି ଯାଉଥିବା କଳା ପୁଣି ଥରେ ଉଜ୍ଜିବିତ ହୋଇ ପାରିବ ବୋଲି ବିଧାୟକ ଜଣାଇଥିଲେ । ଗଣିଆରେ ଅନେକ କଳାକାର କଳାକୁ ନିଜର ପେଷା ରୂପେ ଆଦରି ଥିଲେ ମଧ୍ୟ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇ ଥିବାରୁ ତାଙ୍କୁ କଳାକାର ଭତ୍ତା ପ୍ରଦାନ କରିବାକୁ ଲୋକ ପ୍ରତିନିଧି ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!