Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନୁଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ, ଦେଢ଼ କୋଟିକୁ ବଢ଼ିଲା ଫି’

by ସଞ୍ଜୟ ସ୍ୱାଇଁ
August 2, 2024
in NATIONAL NEWS, Sports
ମନୁଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ, ଦେଢ଼ କୋଟିକୁ ବଢ଼ିଲା ଫି’
150
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ଏକ ପରିଚିତ ମୁହଁ ପାଲଟି ଯାଇଛନ୍ତି ଶୁଟର ମନୁ ଭାକର। ତାଙ୍କର ଲୋକପ୍ରିୟତା ବହୁ ଗୁଣିତ ହୋଇଯାଇଛି। ଆଉ ଏହାକୁ ଦେଖି ନିଜ ଜିନିଷର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ। ମନୁ ମଧ୍ୟ ନିଜର ଫି’ ବଢ଼ାଇ ଦେଇଛନ୍ତି। ସେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟସ୍ତ ଥିବା ବେଳେ ତାଙ୍କର ଏଣ୍ଡୋର୍ସମେଣ୍ଟ କଥା ବୁଝାବୁଝି କରୁଥିବା ଏଜେନ୍ସୀ- ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କିଛି ବ୍ରାଣ୍ଡ ସହିତ ଚୁକ୍ତି କରିସାରିଥିବା ଜଣାପଡ଼ିଛି। ମନୁ ଭାକର ପୂର୍ବରୁ ଗୋଟିଏ ବ୍ରାଣ୍ଡର ପ୍ରଚାର ପ୍ରସାର ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ଏବେ ସେ ଏହି ଫି’କୁ ୬-୭ ଗୁଣା ବଢ଼ାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ୟା ଭିତରେ ତାଙ୍କର ଏକ ଡିଲ୍ ଦେଢ଼ କୋଟି ଟଙ୍କାରେ ସ୍ଥିର ହୋଇଛି। ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟର ସିଇଓ ଓ ଏମ୍‌ଡି ନୀରବ ତୋମାର କହିଛନ୍ତି, ଗତ ଦୁଇ ତିନି ଭିତରେ ୪୦ରୁ ଅଧିକ ବ୍ରାଣ୍ଡ ଆମ ସହିତ କଥାବାର୍ତ୍ତା ହେଲେଣି। କିଛି ବ୍ରାଣ୍ଡ ସହିତ ଆମର ଚୁକ୍ତି ହେବା ସ୍ଥିର ହୋଇସାରିଛି। ମନୁ ଭାକରଙ୍କ ବ୍ରାଣ୍ଡ ଭାଲ୍ୟୁ ବଢ଼ି ଯାଇଛି। ଏହା ୬ରୁ ୭ ଗୁଣା ବଢ଼ି ଯାଇଛି। ପୂର୍ବରୁ ଆମେ ୨୦-୨୫ ଲକ୍ଷରେ ତାଙ୍କ ପାଇଁ ଚୁକ୍ତି ସ୍ୱାକ୍ଷର କରୁଥିଲୁ। କିନ୍ତୁ ଏବେ ଗୋଟିଏ ଗୋଟିଏ ଏଣ୍ଡୋର୍ସମେଣ୍ଟ ପାଇଁ ଦେଢ଼ କୋଟି ଟଙ୍କାର ଡିଲ୍ ହେଉଛି। ଏହି ଚୁକ୍ତି ଗୋଟିଏ ବର୍ଷ ପାଇଁ ହେଉଛି। ସେ କହିଛନ୍ତି, ତେବେ ଆମେ ଦୀର୍ଘ କାଳୀନ ଚୁକ୍ତି ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ କିଛି ଶର୍ଟ-ଟର୍ମ ଏଣ୍ଡୋର୍ସମେଣ୍ଟ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ମନୁ ଭାକର ୧୦ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇଟି ପଦକ ଜିତି ସେ ଇତିହାସ ରଚିଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ରେକର୍ଡ। ସେହିପରି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଇଭେଣ୍ଟରୁ ମଧ୍ୟ ସେ ପଦକ ଜିତିବେ ବୋଲି ଆଶା କରାଯାଉଛି। ଯଦି ଏହି ଇଭେଣ୍ଟରେ ମନୁ ଭାକର ପଦକ ଜିତନ୍ତି, ତା’ହେଲେ ସେ ଅଲିମ୍ପିକ୍ସର ଯେକୌଣସି ସଂସ୍କରଣରେ ୩ଟି ପଦକ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ହେବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!