Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଦୀରେ ଭାସିଗଲେ ବୃଦ୍ଧ, ୭ ଘଣ୍ଟା ପରେ ମିଳିଲା ମୃତ ଦେହ

by Anil Panda
September 26, 2020
in Nayagarh
ନଦୀରେ ଭାସିଗଲେ ବୃଦ୍ଧ, ୭ ଘଣ୍ଟା ପରେ ମିଳିଲା ମୃତ ଦେହ
584
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ନଦୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସି ଯିବାରୁ ଭରା ନଦୀରେ ଭାସି ଯାଇ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟିିଛି । ମୃତକ ଜଣକ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପିନାଥପୁର ଗ୍ରାମର କହ୍ନେଇ ବେହେରା ବୋଲି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ କହ୍ନେଇ ଆଜି ସକାଳ ସମୟରେ ଛାମୁଣ୍ଡିଆରେ ଥିବା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବସତଃ ନଦୀରେ ଗୋଡ଼ ଖସି ଯିବାରୁ କହ୍ନେଇ ଭରା ନଦୀରେ ଭାସି ଯାଇଥିଲେ । ନଦୀରେ ସୁଅ ଏତେ ପ୍ରଖର ଥିଲା ଯେ କହ୍ନେଇ ଭାସିଯିବା ପରେ ଆଉ ଦେଖା ଯାଇନଥିଲେ । ଘର ଲୋକ ତାଙ୍କୁ ଖୋଜା ଖୋଜି କରିବା ପରେ ପାଇନଥିଲେ । ଖବରପାଇ ଦମକଳ ଅଧିକାରୀ ସାନନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ବୋଟ୍ ସାହାର୍ଯ୍ୟରେ ବହୁତ ଖୋଜାଖୋଜି କରିଥିଲେ । ଦୀର୍ଘ ୪ ଘଣ୍ଟା ଧରି ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ଶବ ମିଳି ପାରି ନଥିଲା । ପରେ ଛାମୁଣ୍ଡିଆ ଠାରୁ ୬ କିଲୋମିଟର ଦୂର ଗଣିଆ ବ୍ଲକ ରାସଙ୍ଗ ମହାନଦୀ ଘାଟରେ ଗଛ ବୁଦା ମୂଳରେ କହ୍ନେଇଙ୍କ ଶବ ଲାଗିଥିôବା କିଛି ଲୋକ ଦେଖିବାକୁ ପାଇଥିଲେ । ତେବେ ଦମକଳ ବାହିନୀଙ୍କୁ ଖବର ଦେବା ପରେ ସେମାନେ ବୋଟ୍ ସାହାର୍ଯ୍ୟରେ ସେଠାକୁ ଯାଇ ଶବଟିକୁ ରାଉତପଡ଼ା ଘାଟ ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଦମକଳ ସାହାର୍ଯ୍ୟରେ ତାକୁ ଗଣିଆ ମେଡିକାଲକୁ ଅଣାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ଦଶପଲ୍ଳା ମେଡିକାଲକୁ ପଠାଇଥିବା ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!