Monday, June 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସଟ୍‌ଡାଉନ୍ ନୁହେଁ : ଜିଲ୍ଲାପାଳ

by Anil Panda
September 26, 2020
in Nayagarh
କରୋନା ବିରୋଧ ସଂଗ୍ରାମରେ ଜୟୀ ହେବା : ଜିଲ୍ଲାପାଳ
4.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନ ଏକ ଘଟିକା ସମୟରେ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡ. ଟୁଡୁ ନୟାଗଡ଼ ସଟ୍‌ଡାଉନ ନୁହେଁ, କେବଳ ବଣିକ ସଂଘ ଅନୁରୋଧରେ ବିଶୋଧନ ପାଇଁ ବଜାର ବନ୍ଦ ବୋଲି ସ୍ପଷ୍ଟ କରିଛନ୍ତି । ନୟାଗଡ ସହରାଚଂଚଳରେ ଦିନକୁଦିନ କରୋନା ବ୍ୟାପି ଚାଲିଥିବା ହେତୁ ଏବଂ ଦୋକାନ ବଜାରରେ ଦୋକାନୀମାନେ ଏବଂ ସର୍ବସାଧାରଣ ମାସ୍କ ଠିକ୍ ଭାବରେ ବ୍ୟବହାର କରୁ ନ ଥିବା ଯୋଗୁଁ ଆସନ୍ତା ୨୮ ତାରିଖ ଓ ୨୯ ରିଖ ଦୁଇଦିନ ଧରି ନୟାଗଡ଼ ପୌରାଂଚଳ ମଧ୍ୟରେ ଥିବା ସମସ୍ତ ଦୋକାନଗୁଡ଼ିକୁ ପର୍ଯ୍ୟାୟକ୍ରମେ ବିଶୋଧନ କରାଯିବ ବୋଲି କହିଛନ୍ତି । ଏହା ପରେ ସମସ୍ତ ଦୋକାନୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ବ୍ୟବସାୟୀମାନେ ନିଜେ ଏବଂ ନିଜର ଦୋକାନରେ କାମ କରୁଥିବା କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ୍ କରାଇବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହିତ ବ୍ୟବସାୟୀମାନେ ନିଜେ ମାସ୍କ ପରିଧାନ କରିବେ ଏବଂ ଗ୍ରାହକମାନଙ୍କୁ ମାସ୍କ ପରିଧାନ ପାଇଁ କହିବେ । ଏଥିରେ ଅବହେଳା କଲେ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ କୋଭିଡ୍‌-୧୯ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତିତ ଉକ୍ତ ଦୁଇ ଦିନ ନୟାଗଡ଼ରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହ ଗାଡ଼ି ମୋଟର ଚାଲିବ ବୋଲି ଜଣାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନା, ବଣିକ ସଂଘର ସଭାପତି ଶ୍ରୀ ଜାନକୀ ବଲ୍ଲଭ ଜେନା ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!