ରଣପୁର, (ବାଘୁଆବାର୍ତ୍ତା): କୁକୁଡ଼ାଝରି ଗାଁରୁ ଆସିଛି ଦୁଃଖଦ ଖବର l ପୋଖରୀରେ ବୁଡି ଜଣେ ନାବାଳକ ମୃତ ହୋଇଛି | ମୃତକ ଜଣଙ୍କ ହେଲେ ୮ ବର୍ଷର ନାବାଳକ ସୂର୍ଯ୍ୟକାନ୍ତ ବେହେରା | ବାପାଙ୍କ ନାମ ସୁରେଶ ବେହେରା | ସୂଚାନାନୁସାରେ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ା ଝରି ଗ୍ରାମରେ ସୁରେଶ ବେହେରାଙ୍କ ୮ ବର୍ଷର ନାବାଳକ ପୁଅ ସୂର୍ଯ୍ୟକାନ୍ତ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଗୋଡ଼ ଖସି ଯାଇଥିଲା ବୋଲି ଅନୁମାନ କରାଯାଉଛି | ଫଳରେ ନାବାଳକ ଜଣଙ୍କ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ | ପରେ ସ୍ଥାନୀୟ ଲୋକେ ନାବାଳକ କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ | କିନ୍ତୁ ସେତେବେଳକୁ ନାବାଳକର ମୃତ୍ୟୁ ହୋଇ ଯାଇଥିଲା |






