Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ

by ସଞ୍ଜୟ ସ୍ୱାଇଁ
July 31, 2024
in Crime, State
୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ
95
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ବିଦ୍ୟାଧରପୁର ଗାଁରୁ ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ହାତୀ ଦାନ୍ତ ମଧ୍ୟ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜରେ ହାତୀ ଦାନ୍ତ କାରବାର ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ଥିଲା। ଯୋଜନା ମୁତାବକ ବନ ବିଭାଗର ଜଣେ ବ୍ୟକ୍ତି ଗ୍ରାହକ ହୋଇ ହାତୀ ଦାନ୍ତ ମାଫିଆଙ୍କ ସହିତ ଯୋଗାଯୋଗ କରିଥିଲେ। ମାଫିଆମାନେ ସେଥିରେ ରାଜି ହୋଇଥିଲେ। ତା’ପରେ ଡିଲ୍‌ ପାଇଁ ବିଦ୍ୟାଧରପୁର ଗାଁକୁ ଡାକିଥିଲେ। ସେଠାରେ ଡିଲ୍‌ ଚାଲିଥିବା ବେଳେ ପୂର୍ବରୁ ସାଦା ପୋଷାକରେ ସଜାଗ ଥିବା ଶିମିଳିପାଳ ସ୍ପେଶାଲ୍‌ ଟିମ୍‌, ଏସ୍‌ଟିଏଫ୍‌, ଜେଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ଉ କରି ଦାନ୍ତ ମାଫିଆଙ୍କୁ ମାଡ଼ି ବସିଥିଲା। ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ବନ ବିଭାଗ ନାଉରୀ ସାଏ, ସାଇମଲ ସିଂ, ଅଜୟ ବାରିକ, ନିତ୍ୟାନନ୍ଦ ଗାଗରାଇ, ସୁନୀଲ ହୋ, ନିରଞ୍ଜନ ବେହେରା ଓ ବୀରଭଦ୍ର ସିଂଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଖଣ୍ଡ ହାତୀ ଦାନ୍ତ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତମାନେ କେବେଠାରୁ ଏହି କାର୍ଯ୍ୟରେ ଲିପ୍ତ ଥିଲେ, ତାହା ଜଣାପଡ଼ି ନାହିଁ। ବନ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!