ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ ରେ ପଂହଚିଛି । ସେଥିମଧ୍ୟରେ ୨୫୨୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୮୨୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୯୭, ବାଲେଶ୍ୱର ୧୯୪, ବରଗଡ଼ ୧୦୬, ଭଦ୍ରକ ୧୨୪, ବଲାଙ୍ଗିର ୭୬, ବୈାଦ୍ଧ ୪୯, କଟକ ୪୦୯, ଦେବଗଡ଼ ୧୪, ଢେଙ୍କାନାଳ ୮୪, ଗଜପତି ୨୦, ଗଂଜାମ ୬୨, ଜଗତସିଂହପୁର ୧୭୧, ଯାଜପୁର ୧୩୬, ଝାରସୁଗୁଡ଼ା ୧୨୦, କଳାହାଣ୍ଡି ୭୧, କନ୍ଧମାଳ ୯୧, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୫୫, ଖୋର୍ଦ୍ଧା ୯୦୨, କୋରାପୁଟ ୮୨, ମାଲକାନଗିରି ୨୮, ମୟୁରଭଂଜ ୧୫୩, ନବରଂଗପୁର ୫୮, ନୟାଗଡ଼ ୫୧, ନୂଆପଡ଼ା ୧୭୧, ପୁରୀ ୧୬୮, ରାୟଗଡ଼ା ୧୨୧, ସମ୍ବଲପୁର ୮୧, ସୋନପୁର ୧୪, ସୁନ୍ଦରଗଡ଼ ୧୦୧ ଜଣ, ଅନ୍ୟାନ ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୧୮୪ ଟି ମାମଲା ସକ୍ରିୟ ରହିଥିବା ୧୬୫୪୩୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






