ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦୀର୍ଘ ଦିନଧରି ଖାଲିଥିବା ଅତିରିକ୍ତ ନିର୍ଦ୍ଦେଶକ ପଦକୁ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ପଦୋନ୍ନତି ପାଇଁ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ସେ ଟିଟିଲାଗଡରେ ୧୯୮୪ ରୁ ୧୯୯୦ ପର୍ୟ୍ୟନ୍ତ ଅବସ୍ଥାନ କରି ଓଡିଶା ସୂଚନା ସେବାରେ ଚାକିରି ଆରମ୍ଭ କରିଥିଲେ । ପରେ ନୟାଗଡ, ଜୟଦେବ ଭବନ, କଟକ, ବାଙ୍କୀଅନୁଗୁଳ, ଦେବଗଡ, ଭୁବନେଶ୍ଵରର ଖୋର୍ଦ୍ଧା ଜିଲ୍ଲାରେ ନିଜ ଦାୟିତ୍ଵ ସହ ସଂସ୍କୃତି ଅଧିକାରୀ ଭାବେ ସୂଚାରୁ ରୂପେ କାର୍ୟ୍ୟ ତୁଲାଇଥିଲେ । ଶ୍ରୀ ଦାସ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ପାଦୋନ୍ନତି କମିଟି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ ସିଂ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର କମିଟିର ସଭ୍ୟ ରହିଥିଲେ ।






