ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଥିବା ବେଳେ ନୟାଗଡ଼ ଯୁବ ବିଜେଡି ସଭାପତି ଭାବେ ରମେଶ କୁମାର ସାହୁଙ୍କ ନାମ ଘୋଷଣା ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ବହୁ ଦଳିୟ କର୍ମକତ୍ତା ତାଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଥିବା ଜଣାଯାଇଛି । ଗଣିଆ, ଭାପୁର ଏବଂ ଓଡ଼ଗାଁ ଯୁବ ସଂଗଠନର କର୍ମକତ୍ତାମାନେ ଆଜି ଫୁଲତୋଡ଼ା ଦେଇ ଶ୍ରୀଯୁକ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । ଗତଥର ଯୁବ ବିଜେଡି ସଭାପତି ଭାବେ କାର୍ଯ୍ୟକରି ସେ ବିଶେଷ ସଫଳତା ପାଇଥିବା ବେଳେ ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କାଳିକାପ୍ରସାଦ ପଂଚାୟତ ପୂର୍ବତନ ଯୁବ ସରପଂଚ ଭାବେ କାର୍ଯ୍ୟ କରି ଶ୍ରୀଯୁକ୍ତ ସାହୁ ତାଙ୍କର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସାରିଥିବା ବେଳେ ତାଙ୍କର ସାଗଠନିକ ଦକ୍ଷତା ପାଇଁ ଦଳ ପୁଣିଥରେ ତାଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି । ଏବେ ସେ ଦଳକୁ ମଜୁବୁତ କରିବା ପାଇଁ ଆହୁରି ଅକ୍ଲାନ୍ତ ପରିଶ୍ରମ କରିବେ ବୋଲି କହିଛନ୍ତି । ଦଳ ତାଙ୍କ ଉପରେ ପୁଣିଥରେ କାର୍ଯ୍ୟଭାର ଦେଇଥିବାରୁ ସେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଧାୟକ ପ୍ରଣବ ବଳବନ୍ତ ରାୟ, ଅମରେଶ ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।






