Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାର ଯୋଗାଣର ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କୃଷିମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶ

by Anil Panda
September 23, 2020
in State
ନିଜେ ବଂଚିବା ବିଶ୍ୱକୁ ବଂଚାଇବା : ଅରୁଣ
497
VIEWS
Share on FacebookShare on Twitter

୯ ଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦାଖଲ

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନଙ୍କୁ ସାରର ସୁଷମ ଯୋଗାଣ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଡଃ ସାହୁ ବରିଷ୍ଠ କୃଷି ଅଧିକାରୀଙ୍କ ଏକ ଭର୍ଚ୍ଚୁଆଲ ବୈଠକରେ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ରାଜ୍ୟର ସବୁ ଚାଷୀ ଖରିଫ ଚାଷ ନିମନ୍ତେ ଯେପରି ଆବଶ୍ୟକୀୟ ସାର ପାଇପାରିବେ, ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ସାର ବିକି୍ର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲରମାନେ ଯେପରି ଚଢ଼ା ଦରରେ ସାର ବିକି୍ର କରି ନପାରନ୍ତି ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହିତ ଖିଲାପି ଡିଲରମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକର ତଥ୍ୟ ଅନୁଯାୟୀ ଅଦ୍ୟାବଧି ରାଜ୍ୟରେ ମୋଟ ୬୮୮୧ଟି ଡିଲର ପଏଣ୍ଟକୁ ଯାଞ୍ଚ କରାଯାଇଛି । ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬୫୭୨ଟି ଯାଞ୍ଚ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ୩୦୯ଟି ସାର ଡିଲରଙ୍କ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ଅନିୟମିତତା ଯୋଗୁଁ ୩୭୮୪ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ୧୦୪ ଜଣଙ୍କୁ ସାର ବିକି୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୫୦ ଜଣ ସାର ଡିଲରଙ୍କ ଲାଇସେନସକୁ ନିଲମ୍ବନ କରାଯାଇଥିବାବେଳେ ୧୬୩ ଜଣଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଛି । ସେହିପରି ୩୦ ଜଣ ଡିଲରଙ୍କ ସାରକୁ ଜବତ କରାଯାଇଛି ଓ ୯ ଜଣ ଡିଲରଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି । ଏତଦ୍‌ବ୍ୟତୀତ ୯ଟି ପ୍ୟାକସ,ଲ୍ୟାମ୍ପସର ସମ୍ପାଦକ, ଏମଡିଙ୍କୁ ଅନିୟମିତତା ଯୋଗୁଁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଥିମଧ୍ୟରୁ ବୌଦ୍ଧର ୫ ଜଣ, ସମ୍ବଲପୁରର ୨ ଜଣ ଏବଂ ଦେବଗଡ ଜିଲ୍ଲାର ୨ ଜଣ ଅନ୍ତର୍ଭୁକ୍ତ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!