ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଇଟାମାଟି ଥାନା ଶଙ୍ଖେଇ ଗ୍ରାମରେ ପୁରୁଣା ବିବାଦକୁ ନେଇ ପୁଣିଥରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗ୍ରାମରେ ତିନିଦିନ ତଳେ ପ୍ରଥମେ ଗଣ୍ଡଗୋଳ ହୋଇଥିବା ବେଳେ ଗତକାଲି ଗୋଟିଏ ଗୋଷ୍ଠୀର କିଛି ଲୋକ ଅନ୍ୟ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ । ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ପୁଣିଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାଂଘାତିକ ବୋମାମାଡ଼ ହେଉଥିବା ଖବର ମିଳିଛି । ଖବରପାଇ ଇଟାମାଟି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିଥିବା ବେଳେ ମୃତାହତଙ୍କ ସଂମ୍ପର୍କରେ କିଛି ତଥ୍ୟ ହସ୍ତଗତ ହୋଇପାରି ନାହିଁ ।






