ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜୀବ ମଙ୍ଗଳ ସମିତି ଆବାହକ ମଲ୍ଲିକ ଅବଦୁଲ ସଲାମ୍ ତଥା ନୟାଗଡ଼ ସହରର ଲୋକପ୍ରିୟ ସଲାଭାଇଙ୍କର ଆଜି ମୃତ୍ୟୁ ଘଟିଛି । ସେ କିଛିଦିନ ହେବ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ୍ ହେଲଥ ସେଣ୍ଟର ଏବଂ ପରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୁତ୍ରରୁ ଜଣାପଡ଼ିବା ପରେ ସହରରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ ।







