Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ୟାରିସ ଅଲିମ୍ପିକ୍ସ, ମହିଳା ଶୁଟର ମନୁ ଭାକର୍ ଫାଇନାଲରେ ପ୍ରବେଶ କଲେ

by ସଞ୍ଜୟ ସ୍ୱାଇଁ
July 27, 2024
in NATIONAL NEWS, Sports
ପ୍ୟାରିସ ଅଲିମ୍ପିକ୍ସ, ମହିଳା ଶୁଟର ମନୁ ଭାକର୍ ଫାଇନାଲରେ ପ୍ରବେଶ କଲେ
67
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଭଲ ଖବର ଆସିଛି। ଯୁବ ମହିଳା ଶୁଟର ମନୁ ଭାକର୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି। ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲେ। କିନ୍ତୁ ଏଥର ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ରିଦମ ସାଙ୍ଗୱାନ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ୧୫ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ସେ ୧୫ତମ ସ୍ଥାନରେ ରହିବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି। ଏହାପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ସରବଜୋତ ସିଂହ ଓ ଅର୍ଜୁନ ସିଂହ ଚୀମା ନିରାଶ କରିଥିଲେ। ସିଂହ ୫୭୭ ପଏଣ୍ଟ ସହ ୯ମ ସ୍ଥାନରେ ଓ ୫୭୪ ପଏଣ୍ଟ ସହ ଚୀମା ୧୮ତମ ସ୍ଥାନରେ ରହିଥିଲେ। ଉଭୟ ଟପ୍‌ ୮ରେ ରହିବାକୁ ସକ୍ଷମ ନ ହେବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରବଜୋତ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଥିଲା। କାରଣ ସେ ଓ ଜର୍ମାନୀର ରବିନ ୱାଲ୍ଟର ସମାନ ପଏଣ୍ଟ ହାସଲ କରିଥିଲେ। କିନ୍ତୁ ଗୋଟିଏ ଇନର ୧୦ ପାଇଁ ରବିନ ଟପ ୮ ଓ ସରବଜୋ ୯ମ ସ୍ଥାନରେ ରହିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!