Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାର ରୁମମେଟକୁ ଛୁରୀ ଭୁଶି ହତ୍ୟା କଲା ଯୁବକ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
July 27, 2024
in Crime, NATIONAL NEWS
ପ୍ରେମିକାର ରୁମମେଟକୁ ଛୁରୀ ଭୁଶି ହତ୍ୟା କଲା ଯୁବକ, ବାନ୍ଧିଲା ପୁଲିସ
167
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ବେଙ୍ଗାଲୁରୁର ଏକ ହଷ୍ଟେଲରେ ଜଣେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଆଜି ବେଙ୍ଗାଲୁରୁ ପୁଲିସ ଅଭିଯୁକ୍ତକୁ ମଧ୍ୟପ୍ରଦେଶରୁ ଗିରଫ କରିଛି। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ମୃତକ ଜଣକ ହେଉଛନ୍ତି କ୍ରିତି କୁମାରୀ(୨୪)। ସେ ବିହାରର ବାସିନ୍ଦା। ବେଙ୍ଗାଲୁରୁର କୋରମଙ୍ଗଳରେ ଥିବା ଏକ ପେୟିଙ୍ଗ ଗେଷ୍ଟ (ପିଜି)ରେ ରହୁଥିଲେ। ମଙ୍ଗଳବାର ଦିନ ୧୧ଟାରେ ଜଣେ ଯୁବକ ତାଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ ଅନୁସାରେ, ଯୁବକ ଜଣକ କ୍ରିତିଙ୍କ କବାଟ ବାଡ଼େଇଥିଲେ। ସେ କବାଟ ଖୋଲିବା ପରେ ତାଙ୍କୁ ରୁମରୁ ଘୋଷାଡ଼ି ଆଣି ଛୁରୀରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ କ୍ରିତି ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଯୁବକ ଜଣକ ଛୁରୀରେ ତାଙ୍କ ଗଳାକୁ କାଟିବା ସହ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏ ହତ୍ୟାକାଣ୍ଡ ଯେପରି ଭୟଙ୍କର, ଏହା ପଛର କାରଣ ମଧ୍ୟ ସେପରି ଆଶ୍ଚର୍ଯ୍ୟକର। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିଯୁକ୍ତଙ୍କ ନାଁ ଅଭିଷେକ। ସେ କ୍ରିତି କୁମାରୀଙ୍କ ରୁମମେଟଙ୍କ ବୟଫ୍ରେଣ୍ଡ। ଅଭିଷେକ କୌଣସି ଚାକିରି କରିନଥିବାରୁ ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡ଼ା ହେଉଥିଲା। ହତ୍ୟାକାଣ୍ଡ ପୂର୍ବଦିନ ମଧ୍ୟ ସମାନ କାରଣକୁ ନେଇ ଉଭୟ ଖୁବ୍ ପାଟିତୁଣ୍ଡ କରିଥିଲେ। ଏହି ସମୟରେ କ୍ରିତି ହସ୍ତକ୍ଷେପ କରି ତାଙ୍କ ରୁମମେଟଙ୍କୁ ଉକ୍ତ ଯୁବକଙ୍କଠାରୁ ଦୂରେଇ ଯିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଅଭିଷେକ କ୍ରିତି କୁମାରିଙ୍କୁ ହତ୍ୟା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଅଭିଷେକକୁ ମଧ୍ୟପ୍ରଦେଶରୁ ଗିରଫ କରି ଅଧିକ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!