Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିପତି ଯନ୍ତ୍ରୀ ସୁନୀଲ ରାଉତଙ୍କୁ ବାନ୍ଧିଲା ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
July 26, 2024
in Crime, State
ସରୁନି କୁବେର ବାବୁଙ୍କ ସମ୍ପତ୍ତି ତାଲିକା
110
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦୁଇଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଲୋୟର ସୁକତେଲ ପ୍ରକଳ୍ପର ଚିଫ୍ କନଷ୍ଟ୍ରକ୍ସନ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କୁ ବାନ୍ଧିଲା ପୋଲିସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ତାଙ୍କ ଭିଜିଲାନ୍ସ ଓଡିଶାରେ ଓ ବାହାର ରାଜ୍ଯରେ ୩୬ଟି ପ୍ଲଟ୍ ଠାବ କରିଛି । ଢେଙ୍କାନାଳ ସପ୍ତସଯ୍ଯାରେ ୮ ଏକର ଜମିରେ ଏକ ଫାର୍ମ ହାଉସ ରହିଛି । ଭୁବନେଶ୍ବରରେ ୨ଟି କୋଠା, ପୁରୀରେ ଦୁଇଟି ଫ୍ଲାଟ, ୧୭୬ ଗ୍ରାମ ସୁନା, ୨ କୋଟିରୁ ଅଧିକ ଟଙ୍କାର ବୀମା, ଉତ୍ତର ପ୍ରଦେଶ ମଥୁରାରେ ରହିଛି ଦୁଇଟି ପ୍ଲଟ୍ । ଏକାକାଳୀନ ୯ଟି ସ୍ଥାନରେ ହୋଇଥିଲା ରେଡ୍ । କଟକ ଗୁରୁଡିଝାଟିଆ ସ୍ଥିତ ପୈତୃକ ଘରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ ଟିମ୍ । ବିଭିନ୍ନ ପ୍ରକାର ବୀମା ଓ ଜମା ରାଶି ହେଉଛି ୨ କୋଟି ୨୬ ଲକ୍ଷରୁ ଅଧିକ । ଏଥିରେ ରହିଛି ବିଭିନ୍ନ ପ୍ରକାର ନିବେଶ, ବୀମା । ୧ କୋଟି ୮୬ ଲକ୍ଷ ସେ ଦେଇଛନ୍ତି ବିଭିନ୍ନ ବୀମା କମ୍ପାନୀଙ୍କୁ । ବ୍ଯାଙ୍କ ଡିପୋଜିଟ ବାହାରିଛି ୪୦ ଲକ୍ଷରୁ ଅଧିକ । ତେବେ ବାବୁଙ୍କ ପ୍ଲଟ ସଉକର ସୀମା ନାହିଁ । ଓଡ଼ିଶା ବାହାରେ ମଧ୍ଯ ପ୍ଲଟ ଅଛି । ଉତ୍ତର ପ୍ରଦେଶ ମଥୁରାରେ ୨ଟି ପ୍ଲଟ ରଖିଛନ୍ତି । ଏହାକୁ ମିଶାଇ ତାଙ୍କର ୩୬ଟି ପ୍ଲଟର ସନ୍ଧାନ ମିଳିଲାଣି । ଢେଙ୍କାନାଳ ସପ୍ତଶଯ୍ଯାରେ ୮ ଏକରର ଫାର୍ମ ହାଉସ ରହିଛି । ସେଠାରେ ରହିଛି ଦୁଇ ମହଲା କୋଠା । ଫାର୍ମ ଭିତରେ ଏକ କୁକୁଡ଼ା ଫାର୍ମ ବି ଅଛି । ସେଠାରେ ଅଢେଇ ହଜାର ବର୍ଗ ଫୁଟର ଏକ ଗୁହାଳ ଅଛି, ଯେଉଁଠି ୪୫ଟି ଗାଈ ଓ ୨୫ଟି ବାଛୁରୀ ଅଛନ୍ତି । ଗତକାଲି ରେଡରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଗୋଟିଏ ତିନି ମହଲା ବିଲଡିଂ, ନୟାପଲ୍ଲୀରେ ଗୋଟିଏ ଦୁଇ ମହଲା ବିଲଡିଂ, ପୁରୀରେ ଦୁଇଟି ଫ୍ଲାଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଢେଙ୍କାନାଳ, ପୁରୀ ଓ କଟକରେ ସୁନୀଲଙ୍କର ୩୪ଟି ପ୍ଲଟର ସନ୍ଧାନା ମିଳିଛି । ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଦୁଇଟି ଟ୍ରକ ଓ ଚାରିଟି ବେନାମୀ କାର, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ, ବୀମା ନଥି ଜବତ ହୋଇଥିଲା । ଏକକାଳୀନ ୯ଟି ସ୍ଥାନରେ ରେଡ୍ ହୋଇଥିଲା । ଭୁବନେଶ୍ୱର ନୀଳାଦ୍ରି ବିହାର, ନୟାପଲ୍ଲୀ, ପୁରୀ ଭିଆଇପି ରୋଡରେ ଥିବା ଫ୍ଲାଟ, ବଡ଼ଦାଣ୍ଡରେ ଥିବା ଫ୍ଲାଟ, କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶନ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଏକକାଳୀନ ରେଡ଼ ହୋଇଥିଲା । ରେଡ୍ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଆବାକ ହୋଇଯାଇଛି ଭିଜିଲାନ୍ସ । ସବୁ ସ୍ଥାନରେ ଆଲିସାନ ଘର ସହିତ ଘର ଭିତରର ଇଣ୍ଟେରିଅର ଆଖି ଖୋସି ହୋଇଗଲା ଭଳି । ବିଭିନ୍ନ ହସ୍ତକଳାରେ ଘରକୁ ସଜାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!