Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହ, ଝିଅକୁ ହତ୍ୟା କରି ବାପର ଆତ୍ମହତ୍ୟା, ପୁଲିସ ତଦନ୍ତ ଆରମ୍ଭ

by ସଞ୍ଜୟ ସ୍ୱାଇଁ
July 25, 2024
in Crime, Nayagarh, State
ପାରିବାରିକ କଳହ, ଝିଅକୁ ହତ୍ୟା କରି ବାପର ଆତ୍ମହତ୍ୟା, ପୁଲିସ ତଦନ୍ତ ଆରମ୍ଭ
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ଦେବୋତର କଲୋନୀରେ ଦେଖାଯାଇଛି ଅଭାବନୀୟ ଘଟଣା । ବାପ ଝିଅଙ୍କ ମୃତ ଶରୀର ଠାବ କରିଛି ପୁଲିସ । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ କିଛି ମାସ ତଳେ ପୁଲକ ବିଶ୍ୱାଳ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀ ଚାଲିଯିବା ପରେ ଦ୍ୱିତୀୟ ବିବାହ କରିଥିଲେ ବି ଫେରି ଆସି ନ ଥିଲା ପୁରୁଣା ଖୁସି। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ବ୍ୟକ୍ତିଙ୍କୁ ଘାରିଥିଲା ନିଜ କୁନି ଝିଅ ଚିନ୍ତା। ବାପାମା’ ନ ଥିବା ଛୁଆ ସଂସାରରେ କିପରି ବଞ୍ଚିବ ତାହା ତାଙ୍କୁ କଲବଲ କରିବାରୁ ନେଲେ ଚରମ ନିଷ୍ପତ୍ତି। ପ୍ରଥମେ ଝିଅକୁ ବିଷାକ୍ତ ପଦାର୍ଥ ଖୁଆଇ ପରେ ନିଜେ ଝୁଲି ପଡ଼ିଲେ ବ୍ୟକ୍ତିଜଣକ । ଏପରି ଏକ ଲୋମଟାଙ୍କୁରା ଓ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ସହର ଦେବୋତ୍ତର ଲେନ ୪ରେ ଘଟିଛି।

ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ। ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ଝିଅକୁ ନେଇ କିପରି ବାକି ଜୀବନ କାଟିବେ ସେ ଚିନ୍ତା ତାଙ୍କୁ ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ । ଗତ କିଛି ଦିନ ତଳେ ଶାନ୍ତି କମିଟି ବୈଠକ ବସି ଝିଅର ଭରଣ ପୋଷଣ ପାଇଁ ନିଷ୍ପତି ହୋଇଥିଲା । ଏହା ମଧ୍ୟରେ ପୁଲକ ଦ୍ୱିତୀୟ ବିବାହ କରିଥିଲେ । ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ ।

ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର‌୍ୟ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡରେ ପଡ଼ିରହିଥିବା ପୁଲିସ୍ ଦେଖିବାକୁ ପାଇଥିଲା ।

ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ତେବେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ କ’ଣ ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ପୁଲିସ୍ ପଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆତ୍ମହତ୍ୟା ପଛର ସେପରି କୌଣସି ଠୋସ୍ କାରଣ ବାହାର କରି ପାରିନି।

ତେବେ ସବୁ କିଛି ଠିକ୍‌ଠାକ ଚାଲିଥିଲେ ଜଣେ ବ୍ୟକ୍ତି କେବେ କି ନିଜ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିବା ପରି ପଦକ୍ଷେପ ଗ୍ରହଣ କରିବ ବୋଲି ଆଲୋଚନା ହେଉଛି। ଘଟଣା ସ୍ଥଳରେ ପୁଲିସ ସାଇଣ୍ଟିଫିକ ଟିମ୍‌, ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ନୟାଗଡ଼ ଏସଡିପିଓ, ନୟାଗଡ଼ ଟାଉନ ଥାନା ଅଧିକାରୀ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ ଦୁଇ ତିନି ଦିନ ତଳୁ ଏପରି ଘଟଣା ଘଟିଥିବା ଜଣା ପଡିଛି । କାରଣ ବାପ ଝିଅଙ୍କ ଶରୀର ଅଧା ନଷ୍ଟ ହେବା ପରି ଜଣା ପଡୁଛି । ଘଟଣା ସ୍ଥଳ ହଠାତ ଦୁର୍ଗନ୍ଧମୟ ହେଉଛି । ଶବ ବ୍ୟବଛେଦ ପରେ ଘଟଣା ସମାନାକୁ ଆସିପାରେ । ପୁଲିସ ପକ୍ଷରୁ ସବୁ ଦିଗକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!