ନୟାଗଡ଼, (ବାଘୁଆବାର୍ତ୍ତା): ବାପ ଝିଅଙ୍କ ମୃତ ଶରୀର ଠାବ କରିଛି ପୋଲିସ l ନୟାଗଡ଼ ଦେବୋତ୍ତର କଲୋନୀ ଲେନ 4/1 ର 006 ନମ୍ବର ଘରେ ଦୁଇଟି ମୃତ ଶରୀର ଠାବ କରିଛି ନୟାଗଡ ଟାଉନ ଥାନା ପୋଲିସ l ସୂଚନାନୁସାରେ, ନୟାଗଡ଼ ଦେବୋତ୍ତର କଲୋନୀ ଲେନ 4/1 ର 006 ନମ୍ବର ଘରେ ପୁଲକ ବିଶ୍ୱାଳ ଓ ତାଙ୍କ 5ବର୍ଷର ନାବାଳିକା ସହ ରହିଆସୁଥିଲେ ତେବେ ପୋଲିସ କାଲି ବିଳମ୍ବିତ ରାତିରେ ଖବର ପାଇ ସେହି ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାପ ଝିଅଙ୍କ ଦୁଇଟି ମୃତ ଶରୀର ଠାବ କରିଛି l ପୋଲିସ ରାତିସାରା ମୃତ ଶରୀରକୁ ଜଗି ବସିଥିବା ଦେଖିବାକୁ ମିଳିଛି l






