ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଭୟାବହ ଭାବେ ବଢ଼ି ଚାଲିଛି । ଆଜି ଓଡ଼ଗାଁ ବ୍ଲକ ବିଡିଓ ସ୍ୱାତୀଲେଖା ଦାଶ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଫଳରେ ବ୍ଲକ କର୍ମଚାରୀ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ଜଣାଯାଇଛି ।






