ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ମନଇଚ୍ଛା ବିଦ୍ୟୁତ୍ କାଟକୁ ନେଇ ଆଜି ଅସନ୍ତୋଷ ଚରମ ସ୍ଥିତିରେ ପହଂଚିଛି । ଯାହାକୁ ନେଇ ଖଣ୍ଡପଡ଼ା ବିଜୁ ଯୁବ ଜନତା ଦଳ ପକ୍ଷରୁ ଟିପିସିଏଲ୍ଓ ତାଲା ପକାଇ ଘେରାଉ କରାଯାଇଛି । ସୂଚନାନୁସାରେ, ଗତ ତିନିଦିନ ହେବ ରାତିରେ ଦୀର୍ଘସମୟ ବିଦ୍ୟୁତ୍ କାଟ କରାଯାଉଥିବା ବେଳେ ଦିନରେ ମଧ୍ୟ ବାରମ୍ବାର ବିଦ୍ୟୁତ କଟୁଛି । ଏଣୁ ଆଜି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଜଣାଯାଇଛି ।






