ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ପାଣିପୋଇଲାଠାରେ ଥିବା ଚିନିକଳରୁ କିଛିଦିନ ତଳେ ଚୋରୀ ହୋଇଥିବା ବେଳେ ଜଣେ ନାବାଳକ ପୁଲିସ ହାତରେ ଧରା ପଡ଼ିଥିଲେ । ଏଥିସହିତ କାଠଚୋରୀ ଘଟଣାରେ ମଧ୍ୟ ବନବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିଲା । ଗତକାଲି କୈାଣସି ସୁତ୍ରରୁ ଖବରପାଇ ଇଟାମାଟି ପୁଲିସ ଚିନିକଳ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ଶରଧାପୁର ଗ୍ରାମର ଅରୁଣ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।






