Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶଳା ଭିଣୋଇ ଗ୍ୟାଙ୍ଗକୁ ମାଡ଼ି ବସିଲା ପୁଲିସ, ସକାଳେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ

by ସଞ୍ଜୟ ସ୍ୱାଇଁ
July 22, 2024
in Crime, State
ଶଳା ଭିଣୋଇ ଗ୍ୟାଙ୍ଗକୁ ମାଡ଼ି ବସିଲା ପୁଲିସ, ସକାଳେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ
133
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶଳା ଓ ଭିଣୋଇଙ୍କ ଆତଙ୍କରାଜ। ସକାଳେ ସକାଳେ ମର୍ଣ୍ଣିଂୱାକ୍‌ କରୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ। ଆଉ ସୁଯୋଗ ଦେଖି ଆଖି ପିଛୁଳାକେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍‌। ଲୁଟ୍‌ ପରେ ବିଜୁଳି ବେଗରେ ଚମ୍ପଟ ମାରୁଥିଲେ। କଟକ-ଭୁବନେଶ୍ୱରରେ ଏମିତି ଏକ ଶଳା ଓ ଭିଣୋଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ୍‌। ଏଥିସହ ପୁଲିସ୍‌ ସେମାନଙ୍କଠାରୁ ବହୁ ସୁନା ଚେନ୍‌ ଜବତ କରିଛି। ଭୁବନେଶ୍ୱର ବାଣୀବିହାରରେ ଏକ ବସ୍ତିରେ ରୁହନ୍ତି ଗଣେଶ ପୂର୍ତ୍ତି ଓ ଶଙ୍କର ଦାସ। ଉଭୟ ସମ୍ପର୍କରେ ଶଳା ଓ ଭିଣୋଇ। ଏହି ଶଳା-ଭିଣୋଇଙ୍କ ପେଶା ହେଲା ଲୁଟ୍‌ପାଟ କରିବା। ସକାଳେ ପ୍ରାତଃ ଭ୍ରମଣ କରୁଥିବା ବୟସ୍କ ମହିଳାଙ୍କୁ ସେମାନେ ଟାର୍ଗେଟ କରୁଥିଲେ। ଆଉ ସମୟ ସୁବିଧା ଦେଖି ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍‌। ଦରକାର ପଡ଼ିଲେ କଟୁରୀରେ ଆକ୍ରମଣ ମଧ୍ୟ କରୁଥିଲେ। ଗଣେଶ ଓ ଶଙ୍କରଙ୍କୁ ଲୁଟ୍‌ରେ ସହଯୋଗ କରୁଥିଲେ ସେକ୍‌ ନିମୟାର। ସେକଙ୍କ ଘର ପଶ୍ଚିବମଙ୍ଗରେ ହୋଇଥିବା ବେଳେ ସହିଦ୍‌ ନଗରରେ ଏକ ବସ୍ତିରେ ରହୁଥିଲେ। ସବୁଠାରୁ ମଜାଦାର କଥା ହେଉଛି ଜେଲ୍‌ରେ ସେକ୍‌ ନିମୟାରଙ୍କ ସହିତ ଗଣେଶ ଓ ଶଙ୍କରଙ୍କ ଦେଖା ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଥିଲା। ଜେଲ୍‌ରେ ଥିବା ବେଳେ ଲୁଟ୍‌ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହାଇକୋର୍ଟରୁ ବେଲ୍‌ ମିଳିବା ପରେ ଗଣେଶ ଓ ଶଙ୍କର ଜେଲରୁ ବାହାରିଥିଲେ। ପରେ ସେକ୍‌ ବାହାରିଥିଲେ। ତା’ପରେ ଲୁଟ୍‌ରେ ଲାଗିପଡ଼ିଥିଲେ। ଗତ ୩ ସପ୍ତାହରେ ଏହି ଗ୍ୟାଙ୍ଗ କଟକ ଓ ଭୁବନେଶ୍ୱରରେ ୬ଟି ଲୁଟ୍‌ କରିଥିଲେ। ଲୁଟ୍‌ର ତରିକା ପ୍ରାୟତଃ ସମାନ ଥିଲା। ଏ ନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍‌। ଏହି ଟିମ୍‌ ଲୁଟ୍‌ ହୋଇଥିବା ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ତା’ପରେ ସେମାନଙ୍କ ପତ୍ତା ପାଇଥିଲା। ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍‌। ଶଳା ଭିଣୋଇଙ୍କ ସମେତ ସେକଙ୍କୁ ଗିରଫ କରିଛି ପୁଲିସ୍‌। ସେମାନଙ୍କଠାରୁ ୪ଟି ସୁନା ଚେନ୍‌, ୩ଟି ଇମିଟେସନ୍‌, ୩ଟି ମୋବାଇଲ୍‌, ଲୁଟ୍‌ରେ ବ୍ୟବହାର ହେଉଥିବା ଗୋଟିଏ ବାଇକ୍‌ ଓ ଗୋଟିଏ କଟୁରୀ ପୁଲିସ୍‌ ଜବତ କରିଛି। ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଗଣେଶ ଓ ଶଙ୍କର ସମ୍ପର୍କରେ ଶଳା ଭିଣୋଇ। ଏମାନେ ପେଶାଦାର ଲୁଟେରା। ରାଜ୍ୟର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ମାମଲା ରହିଛି। ତେବେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଗଣେଶଙ୍କ ନାଁରେ ୩୯ଟି ମାମଲା ଥିବା ବେଳେ ଶଙ୍କର ନାମରେ ୨୯ଟି ମାମଲା ରହିଛି। ଏମାନେ ବହୁବାର ଜେଲ୍‌ ଯାଇଛନ୍ତି। ଏକ ମାମଲାରେ ଉଭୟ ୭ ବର୍ଷ ଜେଲ୍‌ ଯାଇଥିଲେ। ହାଇକୋର୍ଟରୁ ବେଲ୍‌ ମିଳିବା ପରେ ଗତ ମେ’ରେ ଉଭୟ ଜେଲ୍‌ରୁ ବାହାରିଥିଲେ। ସେହିପରି ସେକ୍‌ଙ୍କ ନାଁରେ ବାଲେଶ୍ୱରରେ ବହୁ ମାମଲା ଥିବା ଜଣାପଡ଼ିଛି। ତଥାପି ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!