ରେଢାଖୋଲ, (ବାଘୁଆବାର୍ତ୍ତା): ରେଢାଖୋଲରେ ଡବଲ ମର୍ଡର । ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଚାଞ୍ଚଲ୍ୟ । କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୁ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।





