Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାନ ଭାଇର ୫ ପରିବାର ସଦସ୍ୟଙ୍କୁ ହତ୍ୟା କଲା ବଡ଼ ଭାଇ

by ସଞ୍ଜୟ ସ୍ୱାଇଁ
July 22, 2024
in Crime, NATIONAL NEWS
ନୂଆଗାଁ ଅଂଚଳରେ ମହିଳାଙ୍କ ଆତ୍ମହତ୍ୟା
115
VIEWS
Share on FacebookShare on Twitter

ଚଣ୍ଡିଗଡ଼, (ବାଘୁଆବାର୍ତ୍ତା): ଭାଇ ହନ୍ତା ସାଜିଲା ଭାଇ । ହରିୟାଣାର ଅମ୍ୱାଲା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ସାନଭାଇର ପରିବାରର ୫ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ । ନାରାୟଣଗଡ଼ ଥାନା ଅନ୍ତର୍ଗତ ରତୋ ଗାଁର ଅବସରପ୍ରାପ୍ତ ସେନାଅଧିକାରୀ ଏପରି ନୃଶଂସ କାଣ୍ଡ କରିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ହିଁ ସେ ଏହି ହତ୍ୟା କରିବା ପରେ ଶବଗୁଡିକୁ ଜଳାଇବାକୁ ଚେଷ୍ଟା କରିଥିଲା । ସୂଚନା ପାଇ ସ୍ଥାନୀୟ ଏସପି ରାତି ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ସୂଚନା ଅନୁଯାୟୀ, ରିଟାୟର୍ଡ ସେନାଧିକାରୀ ଭୁଷଣ ନିଜ ସାନଭାଇ, ଭାଉଜ, ୬ମାସର ଭଣଜା, ୫ବର୍ଷୀୟ ଭାଣିଜି ଏବଂ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟାକରିଛି । ହତ୍ୟା ପରେ ସମସ୍ତଙ୍କୁ ନିଆଁ ଲଗାଇ ଜଳାଇବାକୁ ଚଷ୍ଟା କରିବା ସମୟରେ ବାପା ଓମ୍ ପ୍ରକାଶ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ସେ ବାପାଙ୍କୁ ମାରପିଟ୍ କରି ବେହୋସ କରିଦେଇଥିଲା । ଏହା ପରେ ହତ୍ୟାକାରୀ ଭାଇ ସେଠାରୁ ଫେରାର ହୋଇଯାଇଥିଲା । ଆହତ ବାପା ଓମ୍ ପ୍ରକାଶଙ୍କୁ ନାରାୟଣଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଆଉ ଜଣେ ଆହତ ଝିଅକୁ ଚଣ୍ଡିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନଙ୍କୁ ପୋଷ୍ଟମୋଟମ ପାଇଁ ମେଡିକାଲ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!