ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଭୟାବହ ଭାବେ ବଢ଼ି ଚାଲିଛି । ଆଜି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତର ପୂର୍ବତନ ସରପଂଚ ନୃସିଂହ ରାଉତଙ୍କ ମୃତ୍ୟୁ ଘଟିଛି । ସେ କିଛିଦିନ ହେବ କରୋନା ଆକ୍ରାନ୍ତ ହୋଇ ଭୂବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ତାଙ୍କର ଡାଇବେଟିସ୍ ମଧ୍ୟ ରହିଥିବା ଜଣାଯାଇଛି । ଶ୍ରୀଯୁକ୍ତ ରାଉତ ୩ ଥର ସରପଂଚ ଭାବେ କାର୍ଯ୍ୟକରି ଲୋକପ୍ରିୟ ହୋଇପାରିଥିବା ବେଳେ ଜଣେ ଅମାୟୀକ ବ୍ୟକ୍ତିତ୍ୱ ଥିଲେ । ଶରଧାପୁର ଅଂଚଳରେ ତାଙ୍କର ସୁଖ୍ୟାତି ରହିଥିବା ବେଳେ ଆଜି ତାଙ୍କର ପରଲୋକରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।





