Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିମ ଇଣ୍ଡିଆର ବୋଲିଂ କୋଚ୍‌ ହେଲେ ବହୁତୁଲେ

by ସଞ୍ଜୟ ସ୍ୱାଇଁ
July 21, 2024
in NATIONAL NEWS, Sports
ଟିମ ଇଣ୍ଡିଆର ବୋଲିଂ କୋଚ୍‌ ହେଲେ ବହୁତୁଲେ
89
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ। ପ୍ରଥମେ ମର୍ନି ମର୍କେଲ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହେବାର ଥିଲା। କିନ୍ତୁ ସେ ଶ୍ରୀଲଙ୍କା ଗସ୍ତରେ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ। ତେଣୁ ମର୍କେଲଙ୍କ ନିଯୁକ୍ତି ଯାଏ ବହୁତୁଲେ ବୋଲିଂ କୋଚ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ସିଡ୍‌ନୀରେ ରହୁଥିବା ମର୍କେଲ ଏବେ ଦକ୍ଷିଣ ଆଫ୍ରିକାର ରାଜଧାନୀ ପ୍ରେଟୋରିଆରେ ଅଛନ୍ତି। ତାଙ୍କ ବାପା ଅସୁସ୍ଥ ଥିବାରୁ ସେ ତାଙ୍କୁ ଦେଖିବାକୁ ଯାଇଛନ୍ତି। ତେଣୁ ଏବେ ସେ ଟିମ ଇଣ୍ଡିଆର ବୋଲିଂ କୋଚ୍‌ ଦାୟିତ୍ୱ ନେବାକୁ ଅମଙ୍ଗ ହୋଇଥିଲେ। ସେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ବେଳକୁ ଭାରତୀୟ ଟିମ ସହ ଯୋଗ ଦେବେ ବୋଲି କୁହାଯାଉଛି। ୫୧ ବର୍ଷୀୟ ବହୁତୁଲେ ଏବେ ଗମ୍ଭୀରଙ୍କ ନେତୃତ୍ୱାଧୀନ କୋଚିଂ ଟିମ ସହ ଶ୍ରୀଲଙ୍କା ଯିବେ। ଏହି କୋଚିଂ ଟିମରେ ଅଭିଷେକ ନାୟର ଓ ରୟାନ ଟେନ ଡେସକାଟେ ମଧ୍ୟ ରହିବେ। ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡିଂ କୋଚ ଥିବା ଟି ଦିଲୀପ ମଧ୍ୟ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଯିବେ। ଖେଳାଳିମାନଙ୍କ ସହ ସମସ୍ତ କୋଚିଂ ଷ୍ଟାଫ ସୋମବାର ଠାରୁ ଶ୍ରୀଲଙ୍କା ଗସ୍ତ କରିବେ। ବହୁତୁଲେ ହେଉଛନ୍ତି ଜଣେ ଲେଗ ସ୍ପିନର ଅଲରାଉଣ୍ଡର। ସେ ଭାରତ ପାଇଁ ୧୯୯୭ ରୁ ୨୦୦୩ ମଧ୍ୟରେ ୨ଟି ଟେଷ୍ଟ ୮ଟି ଦିନିକିଆ ଖେଳିଛନ୍ତି। ଶ୍ରୀଲଙ୍କାରେ ସ୍ପିନ ଟ୍ରାକ ଥିବାରୁ ବିସିସିଆଇ ବହୁତୁଲେଙ୍କୁ ଅସ୍ଥାୟୀ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!