ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ରଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଉଛି । ରଣପୁର ବ୍ଲକ କନ୍ଧନୟାଗଡ଼ ପଂଚାୟତର ସରପଂଞ୍ଚ ଅରୁଣ ସୁବୁଦ୍ଧିଙ୍କ ସମେତ ବହୁ ଯୁବ ଗୋଷ୍ଠୀ ଆଜି ବଳୀମାଝୀଙ୍କ ପୀଠରେ ଦୀପଦାନ କରିଥିବା ବେଳେ ଡମସାହିଠାରେ ମଧ୍ୟ ଦୀପଦାନ କରାଯାଇଥିବା ଜଣାଯାଇଛି ।





