ଦଶପଲ୍ଲା, (ବାଘୁଆବାର୍ତ୍ତା): ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ନିକଟସ୍ଥ ପଦ୍ମପୁର୍ ନିକଟରୁ ଦଶପଲ୍ଲା ପୋଲିସ ରବିବାର ଦିନ ଗଞ୍ଜେଇ ସହ ଏକ ପିକଅପ୍ ଭ୍ୟାନ ଜବତ କରିଛନ୍ତି । ଜବତ ଗଞ୍ଜେଇର ପରିମାଣ ପ୍ରାୟ ୧୫ କେଜି ଓ ଏହାର ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଏ । ଘଟଣାରେ ଓଡି ୩୩ ଏଏ ୬୧୦୩ ପିକଅପ୍ ଭ୍ୟାନ ମଧ୍ୟ ପୋଲିସ ଜବତ କରିଛି । ଅନ୍ୟପକ୍ଷରେ ଡ୍ରାଇଭର ଗାଡ଼ି ଛାଡି ଚମ୍ପଟ ମାରିଥିବା ଥାନାଧିକାରୀ ମୁକେଶ୍ କୁମାର ବେହେରା ପ୍ରକାଶ କରିଛନ୍ତି ।





