Friday, November 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର କଲା ବାଂଲାଦେଶ ସୁପ୍ରିମକୋର୍ଟ

by ସଞ୍ଜୟ ସ୍ୱାଇଁ
July 21, 2024
in NATIONAL NEWS, WORLD
ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର କଲା ବାଂଲାଦେଶ ସୁପ୍ରିମକୋର୍ଟ
120
VIEWS
Share on FacebookShare on Twitter

ବାଂଲାଦେଶ, (ବାଘୁଆବାର୍ତ୍ତା): ସଂରକ୍ଷଣ ଦାବିରେ ବାଂଲାଦେଶରେ ଲାଗିଥିବା ହିଂସାର ସ୍ଥିତିକୁ ଦେଖିବା ପରେ ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ରବିବାର ଦିନ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ତାଙ୍କ ବୟାନରେ କରହିଛନ୍ତି ସଂରକ୍ଷଣ ବିରୋଧରେ ଦେଶରେ ଲାଗିରହିଥିବା ଅଶାନ୍ତି, ଅନେକ ଲୋକଙ୍କ ଜୀବନହାନୀକୁ ନଜରରେ ରଖି କୋର୍ଟ ୯୩ ପ୍ରତିଶତ ସରକାରୀ ଚାକିରୀ ମେଧା ଆଧାରରେ ଦେବାକୁ ଆଦେଶ ଦେଇଛନ୍ତି । ବାକି ୭ ପ୍ରତିଶତ ୧୯୭୧ ମସିହାରେ ବାଂଲାଦେଶ ସ୍ୱତନ୍ତ୍ର ସଂଗ୍ରାମରେ ସହିଦ ହୋଇଥିବା ପରିବାର ଲୋକଙ୍କ ପାଇଁ ଛାଡି ଦିଆଯାଇଛି । ପୂର୍ବରୁ ଏହି ବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା । ସଂରକ୍ଷଣକୁ ନେଇ ବାଂଲାଦେଶରେ ଗୋଟିଏ ସପ୍ତାହ ହେବ ହିଂସା ଲାଗି ରହିଥିଲା । ଏଥିରେ ୧ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ବାଂଲାଦେଶ ସରକାର ସାରା ରାଜ୍ୟରେ କଫ୍ୟୁ ଜାରି କରିଥିଲେ । ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ସୁପ୍ରିମକୋର୍ଟ ତାଙ୍କ ଶୁଣାଣି ବେଳେ ପୂର୍ବ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ସରକାରୀ ଚାକିରି କ୍ଷେତ୍ରରେ ମେଧା ସୂଚୀ ମୁତାବକ ୯୩ ପ୍ରତିଶତ ଚାକିରି ମିଳିବ ବୋଲି କହିଛନ୍ତି । ବାଂଲାଦେଶରେ ଲାଗି ରହିଥିବା ହିଂସାର ମୂଳ କାରଣ ହେଉଛି ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ବିବାଦ । ୧୯୭୭ ମସିହାରେ ସ୍ୱତନ୍ତ୍ରତା ସେନାନୀ ପରିବାରକୁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ଗୋଟିଏ ଗୋଷ୍ଠୀ ଏହି ସଂରକ୍ଷଣ ବ୍ୟବସ୍ଥା ଜାରି ରହୁବୋଲି ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହି ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଦାବି କରି ହିଂସା କରୁଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!