ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ଚାନ୍ଦପୁର ଅଂଚଳରେ ବହୁ ବେଆଇନ ପଥରଖଣି ଚାଲିଥିବା ବେଳେ ଗତକାଲି ତହସିଲଦାର ଏବଂ ଚାନ୍ଦପୁର ପୁଲିସ ଅନେକ ଖଣି ଉପରେ ଚଢ଼ାଉ କରିଥିବା ଜଣାଯାଇଛି । ଚାନ୍ଦପୁର ଅଂଚଳର କଦମଝୋଲା, କୁଶପଲ୍ଲା, କୁକୁଡ଼ାଝରୀ, ମୟୁରଝାଲିଆ ଆଦି ଅଂଚଳର ୧୧ଟି ଖଣି ଉପରେ ଚଢ଼ାଉ କରାଯାଇ ଅନେକ ପଥରକଟା ଯନ୍ତ୍ରାଂଶ ଜବତ କରାଯାଇଛି । ପ୍ରଶାସନ ଜୁଲାଇ ୨୮ ତାରିଖ ଭିତରେ ଖଣି ନିଲାମ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିବା ବେଳେ ଏହି ଅଂଚଳରେ କୈାଣସି ଖଣି ପାଇଁ ଟେଣ୍ଡର ପଡ଼ିନଥିବା ଜଣାଯାଇଛି । ଯାହାକୁ ନେଇ ଗତକାଲି ଏହି ଚଢ଼ାଉ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।





