Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସତର୍କ କଲା ସ୍ୱିଡେନ ଗବେଷଣା କେନ୍ଦ୍ର, ଟାଟୁରୁ ହୋଇପାରେ ରକ୍ତ କର୍କଟ

by ସଞ୍ଜୟ ସ୍ୱାଇଁ
July 21, 2024
in Feature News
ସତର୍କ କଲା ସ୍ୱିଡେନ ଗବେଷଣା କେନ୍ଦ୍ର, ଟାଟୁରୁ ହୋଇପାରେ ରକ୍ତ କର୍କଟ
52
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟାଟୁରୁ ଲିମ୍ଫୋମା ବ୍ଲଡ୍ କ୍ୟାନ୍‌ସର ବା ରକ୍ତ କର୍କଟ ହୋଇପାରେ ବୋଲି ସ୍ବିଡେନ୍‌ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡିଛି। ୧୦ବର୍ଷ ଧରି ହୋଇଥିବା ଏହି ଗବେଷଣା ଅନୁଯାୟୀ, ୨୧% ଲୋକଙ୍କ କ୍ଷେତ୍ରରେ ଟାଟୁ ଯୋଗୁ ରକ୍ତ କର୍କଟ ହୋଇଥିବା ଆଶଙ୍କା କରାଯାଉଛି। ଟାଟୁରେ ବ୍ୟବହାର କରାଯାଉଥିବା ସ୍ୟାହି ଓ ରଙ୍ଗରେ ଥିବା କେମିକାଲ ଚର୍ମ ଦେଇ ସିଧା ରକ୍ତରେ ମିଶିଥାଏ। ଫଳରେ ଶରୀରରେ ରୋଗ ପ୍ରତିରୋଧକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଶରୀର ଭିତରେ କୌଣସି ବାହ୍ୟ ପଦାର୍ଥ ବା ଫରେନ୍‌ବଡି ପ୍ରବେଶ କଲେ ରୋଗ ପ୍ରତିରୋଧକ ସିଷ୍ଟମ ତାହାକୁ ବାହାର କରିଦେବାକୁ ଚେଷ୍ଟା କରିଥାଏ। କିନ୍ତୁ ଟାଟୁ କେମିକାଲରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ କର୍କଟ ଭଳି ବହୁ ମାରାତ୍ମକ ରୋଗ ହେବା ଆଶଙ୍କା ଅଧିକ ରହିଛି ବୋଲି ଉଲ୍ଲେଖ କରାଯାଇଛି। ତେବେ ଗବେଷଣାକାରୀଙ୍କ ମତରେ ଏନେଇ ଆହୁରି ଅଧ୍ୟୟନ ଜାରି ରହିଛି। ଟାଟୁ ସହିତ କ୍ୟାନ୍‌ସର ସିଧାସଳଖ ସମ୍ପର୍କ ଥିବା ଏ ଯାଏ ପ୍ରମାଣିତ ହୋଇ ନ ଥିଲେ ମଧ୍ୟ ପରୋକ୍ଷ ସମ୍ପର୍କକୁ ଏଡାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ତେବେ ଓଡ଼ିଶାର କେତେଜଣ ଟାଟୁ ଆର୍ଟିଷ୍ଟ ଓ ଡାକ୍ତର ଏହି ଗବେଷଣାକୁ ଏଡାଇ ନ ଥିଲେ ମଧ୍ୟ ଏଭଳି ଆଶଙ୍କାରୁ ଦୂରେଇ ରହିବାକୁ କେତେକ ପରାମର୍ଶ ଦେଇଛନ୍ତି। ପେସାଦାର ଆର୍ଟିଷ୍ଟଙ୍କ ପାଖରେ ଟାଟୁ କଲେ ଭୟ ନାହିଁ । ଟାଟୁ କରାଇବା ଆଗରୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି ଯେଉଁମାନେ ଟାଟୁ କରୁଛନ୍ତି, ଶସ୍ତା ନ ଖୋଜି ପେସାଦାର ଆର୍ଟିଷ୍ଟଙ୍କ ପାଖେ ଟାଟୁ କରାଇବା ଆବଶ୍ୟକ। ଆଜି ବି ଯେକୌଣସି ମେଳା ଯାଆନ୍ତୁ ଦେଖିବେ ଟାଟୁ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବ। ସେଠି ଛୁଞ୍ଚି ପରିବର୍ତ୍ତନ ହେଉଛି କି ନାହିଁ, କେଉଁ ଇଙ୍କ୍ ବ୍ୟବହାର କରାଯାଉଛି ତାହା ଲୋକେ ଦେଖୁନାହାନ୍ତି। ଗ୍ଲୋବ୍ ପିନ୍ଧା ନାହିଁ, ସଫାସୁତରା କିଛି ନ ଥିବ, ସେଠି ଲୋକ ଟାଟୁ କରୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ନିହାତି କ୍ୟାନ୍ସର ହେବ, ଏଥିରେ ଦ୍ୱିମତ ନାହିଁ। ରକିରଞ୍ଜନ ବିଶୋଇ, ଟାଟୁ ଆର୍ଟିଷ୍ଟ । ସତର୍କ ରହିଲେ କୌଣସି ରୋଗର ସମ୍ଭାବନା ନାହିଁ । ଆମେ ସ୍କିନ୍‌ର ୨ଟା ଲେୟାର ପର‌୍ୟ୍ୟନ୍ତ ଟାଟୁ କରୁଛୁ। ରକ୍ତକୁ ନିଡଲ୍ସ ଇନଜେକ୍ଟ ହେଉନି। ସେଥିପାଇଁ କ୍ୟାନ୍ସର ହେବାର ସେମିତି କୌଣସି ଚାନ୍ସ ନାହିଁ। ଏହି ସବୁ ମିଥ୍‌। ଏବେ ତ ଲେଜର ଟ୍ରିଟ୍‌ମେଣ୍ଟ କରି ଟାଟୁ ରିମୁଭ କରାଯାଉଛି। ଯେଉଁମାନେ ଟାଟୁ କରୁଛନ୍ତି, ସେମାନେ ସତର୍କ ହୋଇ କରିବା ଦରକାର। ତା’ ଛଡ଼ା କିଏ କେଉଁ ଭଳି ଇଙ୍କ ବ୍ୟବହାର କରୁଛି ସେ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ଏସବୁ ହେଲେ ରକ୍ତ କର୍କଟ କ’ଣ କୌଣସି ରୋଗ ହେବାର ସମ୍ଭାବନା ନାହିଁ। ସତିଶ କୁମାର ପାତ୍ର, ଟାଟୁ ଆର୍ଟିଷ୍ଟ । ଉପଯୁକ୍ତ ପ୍ରାକ୍ ସାବଧାନତା ଅବଲମ୍ବନ ଜରୁରୀ । ଟାଟୁ ଇଣ୍ଡଷ୍ଟ୍ରି ବହୁତ ପୁରୁଣା। ଓଡ଼ିଶାରେ ଆଜି ଯାଏ କ୍ୟାନ୍‌ସର ଭଳି କୌଣସି ଘଟଣା ଘଟିନାହିଁ। ତା’ମାନେ ନୁହେଁ ଯେ ହେବନି। ଯଦି ଉପଯୁକ୍ତ ପ୍ରାକ୍ ସାବଧାନତା ଅବଲମ୍ବନ ନ କରାଯାଏ ତା’ହେଲେ ଏଭଳି ଘଟିବାର ସମ୍ଭାବନା ରହିଛି। ଉଭୟ ଆର୍ଟିଷ୍ଟ ଓ ଟାଟୁ କରୁଥିବା ଲୋକଙ୍କୁ ସଚେତନ ରହିବାକୁ ପଡ଼ିବ। ଶସ୍ତାରେ ହୋଇଯିବ ବୋଲି ଭାବି ଯେଉଁଠି ପାର ସେଇଠି କରିବା ଉଚିତ ନୁହେଁ। ତାପସ ରଞ୍ଜନ,ଟାଟୁ ଆର୍ଟିଷ୍ଟ । ଇନ୍‌ଷ୍ଟ୍ରକ୍ସନ ନ ମାନିଲେ ଫୁଲିବା, କୁଣ୍ଡାଇ ହୋଇଥାଏ । କେବେଠୁ ତ ଲୋକେ ଟାଟୁ କରୁଛନ୍ତି। ଆଉ କ୍ୟାନ୍ସର ହେଲା ଭଳି କୌଣସି ଘଟଣା ଏ ଯାଏ ଶୁଣିବାକୁ ମିଳିନି। ବେଳେବେଳେ ଟାଟୁ କରିଥିବା ବ୍ୟକ୍ତି ଯାହା ଇନଷ୍ଟ୍ରକ୍ସନ ଦିଆଯାଇଥାଏ ନ ମାନିଲେ ଟାଟୁ କରିଥିବା ସ୍ଥାନ ଫୁଲିବା ନ ହେଲେ କୁଣ୍ଡାଇ ହେବା ଭଳି ସମସ୍ୟା ଆସେ। ମାତ୍ର କୌଣସି ବଡ଼ ଘଟଣା ଘଟିନି। ସେହିପରି ବଜାରରେ ନିଡଲ୍ସ ମଧ୍ୟ ୫୦୦ରୁ ୫୦୦୦ ମଧ୍ୟରେ ଆସୁଛି। ତେଣୁ ଯେତେ ସତର୍କ ହୋଇ କରିବେ ଭଲ। -ଲୋକନାଥ ବାରିକ, ଟାଟୁ ଆର୍ଟିଷ୍ଟ । ଅନ୍ୟ କ୍ୟାନ୍‌ସର ମଧ୍ୟ କରାଇପାରେ । ଟାଟୁକୁ ନେଇ ବିଭିନ୍ନ ସମୟରେ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଟାଟୁରେ ବ୍ୟବହାର ହେଉଥିବା ଇଙ୍କରେ ମର୍କୁରି, ଲିଡ୍‌, କାର୍ଡମିୟମ ରହୁଛି। ଏହା ଶରୀରକୁ ପ୍ରବେଶ କଲେ ଡିଏନ୍‌ଏକୁ ଆଗ ଡ୍ୟାମେଜ କରେ। ପରେ ପରେ ଏହା ଲିଭର୍‌କୁ ମଧ୍ୟ ଆଫେକ୍ଟ କରେ। ଟାଟୁ ସ୍କିନ୍‌ରେ ହେଉଛି ବୋଲି କେବଳ ସ୍କିନ କି ବ୍ଲଡ୍ କ୍ୟାନ୍ସର ହେବ ଏହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ଏହାର ନାନୋ ପାର୍ଟିକିଲ୍‌ସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଅନ୍ୟ କ୍ୟାନ୍ସର ମଧ୍ୟ କରାଇପାରେ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!