Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା, ୬ ଶିକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
July 21, 2024
in Crime, State
ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା, ୬ ଶିକାରୀ ଗିରଫ
66
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ଫୁଲବାଣୀ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗିରଫ ହୋଇଛନ୍ତି ୬ ଶିକାରୀ। ସେମାନଙ୍କଠାରୁ ଜବତ ହୋଇଛି ୨ଟି କଲରାପତରିଆ ବାଘ ଛାଲ, ୬ଟି କୁଟୁରା ଓ ୨ଟି ଗୋଧି ଚମଡ଼ା। କଲରାପତରିଆର ବାଘର ଗୋଟିଏ ଖପୁରୀ ଏବଂ ଗୋଟିଏ କୁଟୁରା ମୁଣ୍ଡକୁ ବି ଜବତ କରିଛି ବନବିଭାଗ। ଶିକାରୀମାନଙ୍କଠାରୁ ଗୋଟିଏ ଦେଶୀ ଲୋଡେଡ୍ ବନ୍ଧୁକ, ଗନ୍ ପାଉଡର, ୭ଟି ଫାଶ, ଗୋଟିଏ ତୀର, ୨ଟି ବାଟୁଳି ଓ ଗୋଟିଏ ବାଇକ ଜବତ ହୋଇଛି। ଫୁଲବାଣୀ ବନଖଣ୍ଡର ସ୍ୱତନ୍ତ୍ର ଅପେରସନ ଟିମ୍ ଖଜୁରୀପଡ଼ା ଥାନା ଅଞ୍ଚଳରୁ ଏହି ଶିକାରୀମାନଙ୍କୁ ଗିରଫ କରିଛି। ଲାଇନପଡ଼ା ସଂରକ୍ଷିତ ଜଙ୍ଗଲ ନିକଟରୁ ପ୍ରଥମେ ଜଣଙ୍କୁ ଗିରଫ କରିଥିଲେ ବନ କର୍ମଚାରୀ। ପରେ ପୂରା ଶିକାରୀ ରାକେଟର ପର୍ଦ୍ଦାଫାସ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଧନେଶ୍ୱର ନାୟକ, ଶରତ ମଲ୍ଲିକ, ଗୌରାଙ୍ଗ ମଲ୍ଲିକ, ସଦାନନ୍ଦ କହଁର, ସନ୍ତୋଷ ମଲ୍ଲିକ ଏବଂ ବିବତ୍ସ ମଲ୍ଲିକ। ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଡିଏଫ୍ଓ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!