ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଅନେକ ବିଧାୟକ, ମନ୍ତ୍ରୀ, ସାଂସସଦ କରୋନା ଆକ୍ରାନ୍ତ ହୋଇସାରିଲେଣି । ଏଭଳି ପ୍ରପରିପେକ୍ଷିରେ ନୟାଗଡ଼ ଜିଲ୍ଲା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଖବର ଜଣାପଡ଼ିବା ପରେ ନୟାଗଡ଼ ସହର ଏବଂ ରଣପୁର ନିର୍ବାଚନ ମଣ୍ଡଳୀରେ ବହୁ ସଂଗଠକ ଏବଂ ଦଳୀୟ କର୍ମକତ୍ତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ଜଣାଯାଇଛି ।






