ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ କଂଟିଲୋ ପଂଚାୟତର ନୀଳମାଧବ ବିଦ୍ୟାପୀଠ ସମ୍ମୁଖ ମୁଖ୍ୟ ପୂର୍ତ ବିଭାଗ ରାସ୍ତା ପାଶ୍ୱର୍ରେ ସ୍ୱାମୀ ସହ ରହୁଥିବା କଲ୍ୟାଣୀ ସେନାପତି(୩୦) ଗତ ୭ଦିନ ହେଲା ନିଖୋଜ ହୋଇଯାଇଥିବା ନେଇ ଖଣ୍ଡପଡ଼ା ଥାନାରେ କଲ୍ୟାଣୀଙ୍କ ମା ନିରୁପମା ସେନାପତି ଅଭିଯୋଗ କରିଛନ୍ତି । ସୂଚନାନୁସାରେ, କଂଟିଲୋ ପଂଚାୟତ ଫକୀର ଅତିବୁଦ୍ଧି ପାଟଣା ଗ୍ରାମର ଶ୍ରୀକାନ୍ତ ବେହେରା ଡେଲାଙ୍ଗ ବ୍ଳକ ସତ୍ୟବାଦୀ ଥାନା ଅଧିନ ବସନ୍ତପଡା ଗ୍ରାମର ନିରୁପମାଙ୍କ ଝିଅକୁ ବିବାହ କରିଥିଲେ । କଲ୍ୟାଣୀ ତାର ଏକମାତ୍ର ୭/୮ ବର୍ଷର ପୁଅ ସହ ଶ୍ୱଶୁର ଘରେ ରହୁଥିଲା । ମାତ୍ର ଗତ ୭ଦିନ ହେଲା କଲ୍ୟାଣୀ କେଉଁ ଅଡେ ନିଖୋଜ ହୋଇଯାଇଥିବାରୁ ଏବେ ତାର କୈାଣସି ସନ୍ଧାନ ମିଳୁ ନଥିବାରୁ ଝିଅର ପରିବାର ଲୋକେ ଆଶଙ୍କାରେ ଦିନ କାଟୁଥିବା ଜଣାଯାଇଛି । ତେବେ ଝିଅର ନିଖୋଜ ପଛରେ ଝିଅର ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନ୍ଦଙ୍କ ପ୍ରଚ୍ଛନ୍ନ ହାତଥିବା ନେଇ କଲ୍ୟାଣୀର ମା ପୋଲିସକୁ ସୂଚନା ଦେବା ସହ ଖଣ୍ଡପଡ଼ା ଥାନାରେ ଦାୟର କରିଥିବା ଲିଖିତ ଅଭିଯୋଗପତ୍ରରୁ ଜଣାପଡିଛି । ପୋଲିସ ଅଭିଯୋଗ କ୍ରମେ ୨୨୯/୨୦ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ରଖିଥିବା ଜଣାଯାଇଛି ।






