ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଗ୍ରାମର ଦିଗମ୍ବର ରାଉତଙ୍କ ଗତ କିଛି ଦିନ ତଳେ ଅକାଳ ବିୟୋଗ ଘଟିଥିଲା। ଏଥିରେ ତାଙ୍କ ଗ୍ରାମବାସୀ ବନ୍ଧୁ ପରିଜନ ମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ପରିବାରର ଦୁଃସମୟରେ ଅନୁକମ୍ପା ଦର୍ଶାଇବା ସହ ଦିଗମ୍ବରଙ୍କ ପରିବାରର ଅକ୍ଷମତା ପ୍ରତି ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। କୁରାଳ ଗ୍ରାମପଞ୍ଚାୟତର ସରପଞ୍ଚ ଝିଲ୍ଲୀ ପ୍ରଧାନ ନିଜସ୍ୱ ଖର୍ଚ୍ଚରୁ ୫୦ କେଜି ଚାଉଳ ପ୍ରଦାନ କରିବା ସଙ୍ଗେସଙ୍ଗେ ଓଡ଼ିଶା ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ଯୋଗାଇ ଦେବା ସହ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ ଜାତୀୟ ଜନମଙ୍ଗଳ ଯୋଜନାମାଧ୍ୟମରେ କୋଡିଏ ହଜାର ଟଙ୍କା କରାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୃତକଙ୍କ ପରିବାରର ଅସମୟରେ ଏଭଳି ସହଯୋଗର ହାତ ବଢ଼ାଇଥିବାରୁ ସରପଞ୍ଚଙ୍କୁ ଦଣ୍ଡୋର ଗ୍ରାମବାସୀଙ୍କ ତରଫରୁ ଭଗବାନ ଚୌଧୁରୀ, ସୁଶାନ୍ତ କୁମାର ସ୍ୱାଇଁ ଏବଂ ଗୋବିନ୍ଦ ଚୌଧୁରୀ କୃତଜ୍ଞତା ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି।





