Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ବିନସିଟିରେ ବାଟୁଳି ଗ୍ୟାଙ୍ଗର ଆତଙ୍କ, ଟାର୍ଗେଟରେ ଦାମୀ କାର

by ସଞ୍ଜୟ ସ୍ୱାଇଁ
July 18, 2024
in Crime, State
ଟ୍ବିନସିଟିରେ ବାଟୁଳି ଗ୍ୟାଙ୍ଗର ଆତଙ୍କ,  ଟାର୍ଗେଟରେ ଦାମୀ କାର
123
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାସ୍ତା ଉପରେ କାର ଥୋଉଥିଲେ ସାବଧାନ । ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ ବା ବାଟୁଳି ଗ୍ୟାଙ୍ଗ । ବାଟୁଳି ମାରି କାର୍ କାଚ ଭାଙ୍ଗିବା ପରେ ସେଥିରେ ଥିବା ଲାପଟପ୍, ମୋବାଇଲ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କରୁଥିଲେ ଲୁଟ୍ । ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ପରେ ପଦାକୁ ଆସିଛି ଏମାନଙ୍କ କଳା କାରନାମା । ଏକ ସପ୍ତାହ ହେବ କଟକ ଓ ଭୁବନେଶ୍ବରରେ ଆତଙ୍କ ମଚାଇଥିବା ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିଛି ସ୍ପେଶାଲ ସ୍କ୍ବାର୍ଡ । ଅଭିଯୁକ୍ତଙ୍କ ପାଖରୁ ୪ଟି ଲାପଟପ, ୨୫ ମୋବାଇଲ ଜବତ । ଏହି ଗ୍ୟାଙ୍ଗର ସଦସ୍ୟମାନେ ତାମିଲନାଡୁରୁ ଆସିଛନ୍ତି । ସେଠାରୁ ଆସିବା ପରେ ଷ୍ଟେସନରେ ରହିବା ସହ ଅନ୍ୟ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ । ଚକୋଲେଟ୍ ଜରିରେ ପଥର ବାନ୍ଧି ଏମାନେ ବାଟୁଳି ସାହାଯ୍ୟରେ ରାସ୍ତା ଉପରେ ଛୁଆ ହୋଇଥିବା ଦାମୀ କାରକୁ ଟାର୍ଗେଟ୍ କରୁଥିଲେ । ବାଟୁଳି ମାରି କାର କାଚ ଭାଙ୍ଗିବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଉକ୍ତ ସ୍ଥାନକୁ କଭର ଅପ୍ କରୁଥିଲେ ଓ ଜଣେ ଯାଇ କାର ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟ କରୁଥିଲେ । ଏମାନଙ୍କ ନାଁରେ ଭୁବନେଶ୍ବରରେ ୧୦ଟି ଓ କଟକରେ ୧୧ଟି ମାମଲା ରହିଛି । ସେତିକି ନୁହେଁ, ରଥଯାତ୍ରା ସମୟରେ ଏମାନେ ପୁରୀ ଯାଇ ଲୋକଙ୍କ ପକେଟ ମାର୍ କରିଥିବା ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ଏରାଗୋଲା ଗ୍ୟାଙ୍ଗ ଏମିତି ଷ୍ଟାଇଲରେ ଲୁଟପାଟ କରୁଥିଲା । ଏବେ ତ୍ରିଚା ଗ୍ୟାଙ୍ଗ ସମାନ ଷ୍ଟାଇଲରେ ଲୁଟପାଟ ଚଲାଇଛି । କେବଳ କାର ନୁହେଁ, ମୋ ବସ୍ ସମେତ ବିଭିନ୍ନ ଦୋକାନରୁ ମଧ୍ୟ ଏମାନେ ଲୁଟପାଟ କରିଛନ୍ତି । ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । ଲୁଟେରା ଗ୍ୟାଙ୍ଗଙ୍କଠାରୁ ମିଳିଥିବା ଜିନିଷରୁ ଜଣେ ଓଏଏସ ଅଧିକାରୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କ ଠାରୁ ଲୁଟ୍ ଲାପଟପ ଓ ମନିପର୍ସ ଫେରାଇଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!