ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ ରେ ପଂହଚିଛି । ସେଥିମଧ୍ୟରେ ୨୪୪୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୬୮ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୦୯, ବାଲେଶ୍ୱର ୧୮୩, ବରଗଡ଼ ୧୧୬, ଭଦ୍ରକ ୪୩, ବଲାଙ୍ଗିର ୭୮, ବୈାଦ୍ଧ ୫୫, କଟକ ୪୯୧, ଦେବଗଡ଼ ୨୩, ଢେଙ୍କାନାଳ ୮୦, ଗଜପତି ୪୩, ଗଂଜାମ ୬୫, ଜଗତସିଂହପୁର ୧୪୬, ଯାଜପୁର ୧୭୬, ଝାରସୁଗୁଡ଼ା ୮୦, କଳାହାଣ୍ଡି ୯୦, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୨୩, କେନ୍ଦୁଝର ୭୨, ଖୋର୍ଦ୍ଧା ୬୬୩, କୋରାପୁଟ ୧୧୪, ମାଲକାନଗିରି ୬୩, ମୟୁରଭଂଜ ୧୦୭, ନବରଂଗପୁର ୧୦୨, ନୟାଗଡ଼ ୪୭, ନୂଆପଡ଼ା ୫୨, ପୁରୀ ୩୨୬, ରାୟଗଡ଼ା ୯୨, ସମ୍ବଲପୁର ୧୫୪, ସୋନପୁର ୮୩, ସୁନ୍ଦରଗଡ଼ ୧୨୧ ଜଣ, ଅନ୍ୟାନ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨୩୯ ଟି ମାମଲା ସକ୍ରିୟ ରହିଥିବା ୧୩୭୫୬୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





