Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକା ସହ ରହିବାକୁ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା

by ସଞ୍ଜୟ ସ୍ୱାଇଁ
July 18, 2024
in Crime, NATIONAL NEWS
ପ୍ରେମିକା ସହ ରହିବାକୁ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା
135
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ନିଜର ପ୍ରେମିକା ନିମନ୍ତେ ପତ୍ନୀ ଓ ଦୁଇ କନ୍ୟା ସନ୍ତାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟାକୁ ଏକ କାର୍‌ ଦୁର୍ଘଟଣାର ରୂପ ଦେଇ ୪୮ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇଚାଲିଥିଲା ଅଭିଯୁକ୍ତ ପତି। ରବିବାର ପୁଲିସ ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ, ବି ପ୍ରବୀଣ ପେଷାରେ ଜଣେ ଫିଜିଓଥେରାପିଷ୍ଟ। ହାଇଦ୍ରାବାଦର ଅଟ୍ଟାପୁରସ୍ଥିତ ଜର୍ମାନ୍‌ଟେନ୍‌ ହସ୍‌ପିଟାଲ୍‌ରେ ସେ କାମ କରୁଥିଲେ। ମେ ୨୮ ତାରିଖରେ ପତ୍ନୀ ବି କୁମାରୀ , ଦୁଇ ଝିଅ କୃଷିକା ଓ କୃତ୍ତିକାଙ୍କୁ ସାଙ୍ଗରେ ନେଇ କାର୍‌ରେ ହାଇଦ୍ରାବାଦରୁ ଖମାମ୍‌ ଯାଉଥିଲେ। ଏହି ସମୟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ କୁମାରୀ ଓ ଦୁଇ ଝିଅଙ୍କ ମୃତ୍ୟୁ ‌ହୋଇଥିଲା। ପୁଲିସ ଏ ବାବଦରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା। ପ୍ରବୀଣ କାମ କରୁଥିବା ‌ହସ୍‌ପିଟାଲ୍‌ର ଜଣେ ମହିଳା ନର୍ସ ସୋନି ଫ୍ରାନ୍‌ସିନ୍‌ଙ୍କ ସହ ଅବୈଧ ସମ୍ପର୍କରେ ଥିଲା। ଏହି କଥା ପ୍ରବୀଣଙ୍କ ପତ୍ନୀ ଜାଣିପାରିଲେ ଓ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ନିଜ ପତ୍ନୀଙ୍କୁ ରାସ୍ତାରୁ ସବୁଦିନ ହଟାଇବାକୁ ଯୋଜନା କରିଥିଲା। କାର୍‌ରେ ଯାତ୍ରା ସମୟରେ ପ୍ରବୀଣ କୁମାରୀଙ୍କୁ ଆନେସ୍ଥେସିଆ ଇଂଜେକ୍ସନ୍‌ ଦେଇ ହତ୍ୟା କରିବା ସହ କାର୍‌ର ଆଗସିଟ୍‌ରେ ବସିଥିବା ନିଜର ଦୁଇ ଝିଅଙ୍କ ନାକ ଓ ମୁହଁ ବନ୍ଦ କରି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହାପରେ ସେ କାରକୁ ନେଇ ରାସ୍ତାକଡ଼ର ଏକ ଗଛରେ ଧକ୍କା ଦେଇ ଦୁର୍ଘଟଣାର ନାଟକ ରଚନା କରିଥିଲା। ଦୁର୍ଘଟଣାରେ ଆହତ ହୋଇଥିବାରୁ ପ୍ରବୀଣ ହସ୍‌ପିଟାଲ୍‌ରେ କିଛି ଦିନ ଚିକିତ୍ସିତ ହୋଇଥିଲା। ସେଠାରୁ ଫେରି ନିଜର ପ୍ରେମିକାଙ୍କୁ ସାଥିରେ ନେଇ ସାଧାରଣ ଜୀବନ ବିତାଉଥିଲେ। ତେବେ ବ୍ୟବଚ୍ଛେଦ ସମୟରେ କୁମାରୀଙ୍କ ଶରୀରରେ ଇଞ୍ଜେକ୍‌ସନ୍‌ ଦିଆଯାଇଥିବା ଚିହ୍ନ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ତଦନ୍ତକାରୀ ଦଳ ପୁଣିଥରେ ଦୁର୍ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। କାରକୁ ତନ୍ନତନ୍ନ କରି ଯାଞ୍ଚ କରିବାରେ ସେଥିରୁ ଏକ ଇଞ୍ଜେକ୍‌ସନ୍‌ ସିରିଞ୍ଜ ମିଳିଥିଲା। ଏହାକୁ ଫରେନ୍‌ସିକ୍‌ ଯାଞ୍ଚ ନିମନ୍ତେ ପଠାଗଲା। ଫରେନ୍‌ସିକ୍‌ ରିପୋର୍ଟ ଆସିବା ପରେ ପ୍ରବୀଣକୁ ହସ୍‌ପିଟାଲ୍‌ ପରିସରରୁ ଗିରଫ କରାଯାଇଛି ଏବଂ ସେ ନିଜର ଦୋଷ ସ୍ବୀକାର କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!