ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ନୟାଗଡ଼ ବ୍ଲକ ପକ୍ଷରୁ ‘ମୋ ଉପକାରୀ ବଗିଚା’ କର୍ମଶାଳା ବଡ଼ପଣ୍ଡୁସର ପଂଚାୟତ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜିଲ୍ଲା ଜୀବିକା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବିଡିଓ ମନୋଜ ପାତ୍ର ଯୋଗ ଦେଇ ପ୍ରଶିକ୍ଷଣ ଦେବା ସହ ‘ମୋ ଉପକାରୀ ବଗିଚା’ ଦ୍ୱାରା ବାରି ବଗିଚାରେ ପନି ପରିବା ଚାଷ କରି ବହୁ ଲୋକ ଉପକୃତ ହୋଇ ପାରିବେ ବୋଲି ମତ ଦେଇଥିଲେ । ନୟାଗଡ଼ ବ୍ଲକରେ ୫ ଶହ ବଗିଚା ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏପିଓ ମିଟନ ମହାପାତ୍ର, ଓଏଲ୍ଏମ୍ ସଂଯୁକ୍ତା କର ପ୍ରମୂଖ ଯୋଗ ଦେଇଥିବା ବେଳେ ଏଥିରେ ବହୁ ଜନ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ବହୁ ମହିଳା ଯୋଗ ଦେଇଥିଲେ । ମହିଳାମାନଙ୍କୁ ଏହି ଅବସରରେ ପ୍ରଶିକ୍ଷଣ ଦିଆଯାଇଛି ।





