ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ପଂଚାୟତ ସୋଲପଟା ଗ୍ରାମରୁ ପୁଣିଥରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ପଂଚାୟତର ସଟ୍ଡାଉନ୍ ଅବଧିକୁ ସରପଂଚ ବୃଦ୍ଧି କରିଛନ୍ତି । ୧୮ ତାରିଖ ଅପରାହ୍ନରୁ ୨୫ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଅବଧିକୁ ସରପଂଚ ସୁଶାନ୍ତ କୁମାର ଜେନା ବୃଦ୍ଧି କରିଥିବା ଜଣାଯାଇଛି । ପୂର୍ବରୁ ୧୨ ତାରିଖରୁ ୧୫ ତାରିଖ ଏବଂ ୧୫ ତାରିଖରୁ ୧୮ ତାରିଖ ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ୍ କରାଯାଇଥିବା ବେଳେ ଆଜି ତୃତୀୟ ଥର ପାଇଁ ଏହି ଗ୍ରାମରେ ସଟ୍ଡାଉନ୍ କଟକଣା ଲଗା ଯାଇଥିବା ଜଣାଯାଇଛି ।





