ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ପଂଚାୟତର ୭ଂ ୱାର୍ଡ଼ସଭ୍ୟ ମଙ୍ଗୁଳି ଲେଙ୍କାଙ୍କ ଗୁରବାର ପରଲୋକ ଘଟିଛି । ଶ୍ରୀଯୁକ୍ତ ଜେନା ଦୀର୍ଘବର୍ଷ ଧରି ୱାର୍ଡ଼ସଭ୍ୟ ଏବଂ ସାହି ସଭାପତି ରହିବା ସହ ସୁନାନଟି ସାତଦେଶ ମହାନାୟକ ଖଣ୍ଡାୟତ ସମାଜର ୧୦ ବର୍ଷ ସଭାପତି ଭାବେ କାର୍ଯ୍ୟ କରି ବହୁ ଲୋକପ୍ରିୟତା ପାଇବା ସହ ଜଣେ ସମାଜ ସଂସ୍କାରକ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଇଟାମାଟି ସରପଂଚ ସୋନାଲିକା ମନ୍ଥନ ଏବଂ ପୂର୍ବତନ ସରପଂଚ ତଥା କଂଗ୍ରେସ ବିଧାୟକ ପାର୍ଥୀ ମନୋଜ ସାହୁ ଗଭୀର ଶୋକବ୍ୟକ୍ତ କରିଥିବା ଜଣାଯାଇଛି ।





