ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲ ମୁଖ୍ୟ ଚିକିତ୍ସାଳୟରୁ ଗତ ୧୪ ତାରିଖ ଦିନ ଅଚିହ୍ନା ଶବକୁ ଜବତ କରି ଟାଉନାଥାନା ପୁଲିସ ସଂରକ୍ଷିତ ରଖିଥିଲା । ଏହା ମଧ୍ୟରେ ଘଟଣାକୁ ୭୨ ଘଣ୍ଟା ବିତି ସାରିଥିବାରୁ ଗତକାଲି ସଂନ୍ଧ୍ୟାରେ ପୁଲିସ ମୃତକଙ୍କ ପରିଚୟ ନପାଇ ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିବା ଜଣାଯାଇଛି । ଯଦି କୈାଣସି ବ୍ୟକ୍ତି ଫଟୋରେ ଥିବା ବ୍ୟକ୍ତିଙ୍କ ପରିଚୟ ଜାଣିଥାନ୍ତି, ତେବେ ସେ ନୟାଗଡ଼ ଟାଉନଥାନାରେ ଯୋଗାଯୋଗ କରିବା ପାଇଁ ପୁଲିସ ପକ୍ଷରୁ କୁହାଯାଇଛି ।





