ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆଜି ନୟାଗଡ଼ ତହସିଲଦାର ଭିକାରୀ ସାହୁ ଇଟାମାଟି ଥାନା ଅନ୍ତର୍ଗତ କେନ୍ଦୁଢିପି ଗ୍ରାମକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ୧୭ ତାରିଖ ସକାଳ ୧୦ ଘଟିକାଠାରୁ ୨୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଗ୍ରାମରେ ସଟ୍ଡାଉନ୍ କଟକଣା କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି । ୩୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତହସିଲଦାର ଏଭଳି କଟକଣା ଲଗାଇଥିବା ଜଣାଯାଇଛି ।





