ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧ ରେ ପଂହଚିଛି । ସେଥିମଧ୍ୟରେ ୨୫୦୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୩୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୮୪, ବାଲେଶ୍ୱର ୧୪୧, ବରଗଡ଼ ୧୪୯, ଭଦ୍ରକ ୭୨, ବଲାଙ୍ଗିର ୪୪, ବୈାଦ୍ଧ ୯୨, କଟକ ୩୮୯, ଦେବଗଡ଼ ୬, ଢେଙ୍କାନାଳ ୮୬, ଗଜପତି ୨୩, ଗଂଜାମ ୭୫, ଜଗତସିଂହପୁର ୧୨୬, ଯାଜପୁର ୧୫୦, ଝାରସୁଗୁଡ଼ା ୧୧୧, କଳାହାଣ୍ଡି ୧୧୪, କନ୍ଧମାଳ ୧୧୬, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୭୭, ଖୋର୍ଦ୍ଧା ୬୪୭, କୋରାପୁଟ ୯୮, ମାଲକାନଗିରି ୨୮, ମୟୁରଭଂଜ ୧୪୭, ନବରଂଗପୁର ୧୦୭, ନୟାଗଡ଼ ୯୪, ନୂଆପଡ଼ା ୯୯, ପୁରୀ ୨୨୧, ରାୟଗଡ଼ା ୬୬, ସମ୍ବଲପୁର ୯୧, ସୋନପୁର ୧୨୯, ସୁନ୍ଦରଗଡ଼ ୧୫୪ ଜଣ, ଅନ୍ୟାନ ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୫୮୦ ଟି ମାମଲା ସକ୍ରିୟ ରହିଥିବା ୧୨୯୮୫୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





