ଚିଲିକା, (ବାଘୁଆବାର୍ତ୍ତା): ବନ।ଞ୍ଚଳରେ ଅବାଧ ପକ୍ଷୀ ଶିକାରୀଙ୍କ ମାତ୍ରା । ଏହା ପ୍ରସାଶନ ର ଦୁର୍ବଳତା ନା ସାଧାରଣରେ ସଚେତନତା ର ଅଭାବ ପ୍ରଶ୍ନବାଚୀ ସ୍ରୁଷ୍ଟି କରୁଥିବା ବେଳେ ନିରୀହ ପକ୍ଷୀଙ୍କ ଶିକାରରେ ରୋକ ଲାଗିପାରୁ ନାହିଁ। ତେବେ ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗୀ ବନ୍ୟାଞ୍ଚଳ ବନ୍ୟପ୍ରାଣୀ ବିଭାଗ ୪ ଟି ମୃତ ବିଦେଶୀ ପକ୍ଷୀ ଯବତ୍ କରିବା ସହ ଜଣେ ଶିକାରୀ କୁ ଗିରଫ୍ କରିଛି। ଉଜଳ ଗୋପିନାଥପୂର ଉପେନ୍ଦ୍ର ପରିଡା ଙ୍କ ୨୨ ବର୍ଷିୟ ପୁଅ ଏବଂ ହରି ସାହୁ ଙ୍କ ୩୦ ବର୍ଷିୟ ପୁତ୍ର ଦୁଇଜଣ ମିଶି ଏକ OD 02 AF 3682 ନମ୍ବର ଗ୍ଲାମର ମୋଟର ସାଇକେଲ ଯୋଗେ ବ୍ୟାଗ୍ ମାଧ୍ୟମରେ ଲୁଚାଇ ଚାରୋଟି ମୃତ ବିଦେଶୀ ପକ୍ଷୀ ଶୀକାର କରି ରାସ୍ତାରେ ଯାଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ଖବର ପାଇ ସେମାନାଙ୍କୁ କାବୁ କରିଥିଲା ଘଟଣା ସ୍ଥଳରୁ ଶିକାରୀ ସୌରୀଆ ସାହୁ ଖସି ପଳାଇ ଯିବାରେ ସମର୍ଥ ହୋଇଥିଲା ଏବଂ ଶିକାରୀ ମନୋଜ ପରିଡାଙ୍କୁ ବିଭାଗ କାବୁ କରିବା ସହ ୩ ଟି ସ୍ପଟ୍ ବିଲ୍ଟ ଡ଼କ ଓ ଗୋଟିଏ ଫିସାଣ୍ଟ ଟଲଡ ଯାକନା ଯବତ୍ କରିବା ସହ ଶିକାରୀ ମନୋଜ କୁ କୋଟ ଚାଲାଣ କରିଛି।





