ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆଙ୍ଗିସିଙ୍ଗି ଗ୍ରାମକୁ ତହସିଲଦାର କଣ୍ଟେନ୍ମେଣ୍ଟ ଘୋଷଣା କରିବା ସହ ସଟ୍ଡାଉନ୍ କରିଛନ୍ତି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଗ୍ରାମକୁ ତହସିଲଦାର ବିଜେୟିତା ସାମନ୍ତ ସିଂହାର ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ବ୍ୟକ୍ତି ବାହାରେ ବୁଲାବୁଲି ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।





