Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଶ୍ରୀଲଙ୍କା ଟି-୨୦ ବଦଳିଲା ତାରିଖ

by ସଞ୍ଜୟ ସ୍ୱାଇଁ
July 13, 2024
in NATIONAL NEWS, Sports
ଭାରତ-ଶ୍ରୀଲଙ୍କା ଟି-୨୦ ବଦଳିଲା ତାରିଖ
151
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ତାରିଖ ବଦଳିଛି। ଜୁଲା ୨୬ ବଦଳରେ ଏହି ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହାପରେ ଦୁଇ ଦେଶ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟି-୨୦ରେ ଭାରତୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି। କାରଣ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଏହି ଫର୍ମାଟକୁ ଅଲବିଦା କହି ସାରିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ବେଳକୁ ରୋହିତ ପୁଣି କ୍ୟାପ୍ଟେନ ପଦକୁ ଫେରି ପାରନ୍ତି। ଯଦି ସେ ବିଶ୍ରାମ ନେବାକୁ ଚାହିଁବେ, ତା’ହେଲେ ବିସିସିଆଇ କେଏଲ ରାହୁଲଙ୍କୁ ଦିନିକିଆରେ କ୍ୟାପ୍ଟେନ କରିପାରେ। ଏହାବାଦ ପାଣ୍ଡ୍ୟା ଯଦି ବିଶ୍ରାମ ନେବେ, ତା’ହେଲେ ସୂର୍ଯ୍ୟ କୁମାରଙ୍କୁ ଟି-୨୦ର କମାଣ ମିଳିପାରେ। ବିସିସିଆଇ ସିରିଜ ଆରମ୍ଭର ତାରିଖ ବଦଳିଥିବା କହିଥିଲେ ହେଁ ଭାରତର ଗସ୍ତ ପୂର୍ବଭଳି ଅଗଷ୍ଟ ୭ରେ ଶେଷ ହେବ। ସେହିପରି ଭେନ୍ୟୁରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବରୁ ଜୁଲାଇ ୨୬ରେ ପ୍ରଥମ ଟି-୨୦, ୨୭ରେ ଦ୍ୱିତୀୟ ଟି-୨୦ ଓ ୨୯ରେ ତୃତୀୟ ଟି-୨୦ ଖେଳାଯିବାକୁ ଥିଲା। ହେଲେ ଏବେ ଜୁଲାଇ ୨୭ରେ ପ୍ରଥମ, ଜୁଲାଇ ୨୮ରେ ଦ୍ୱିତୀୟ ଓ ଜୁଲାଇ ୨୯ରେ ତୃତୀୟ ଟି-୨୦ ଖେଳାଯିବ। ସମସ୍ତ ମ୍ୟାଚ୍‌ ପାଲ୍ଲେକେଲେରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧ ବଦଳରେ ଅଗଷ୍ଟ ୨, ଦ୍ୱିତୀୟ ଦିନିକିଆ ପୂର୍ବଭଳି ୪ ଅଗଷ୍ଟ ଓ ଶେଷ ମ୍ୟାଚ୍‌ ଅଗଷ୍ଟ ୭ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ କଲମ୍ବୋରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କା ସିରିଜରୁ ଭାରତ ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ଖେଳିବ। କିନ୍ତୁ ଗମ୍ଭୀରଙ୍କ କୋଚିଂ ଟିମରେ କେଉଁମାନେ ରହିବେ, ସେକଥା ଏଯାଏ ଜଣାପଡ଼ିନି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!