ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ପୁଣି ଆରମ୍ଭ ହୋଇଛି ଢିକି ଭାଙ୍ଗି ଲୁଟେରାଙ୍କ ଦୈାରାତ୍ମ୍ୟ । ଆଜି ନୟାଗଡ଼ ସଦରଥାନା ଅନ୍ତର୍ଗତ ଦୁରୁଦୁରା ନିକଟସ୍ଥ ଏକତାଳ ଗ୍ରାମର ସିତାକାନ୍ତ ପ୍ରଧାନ ନୟାଗଡ଼ ଷ୍ଟେଟ ବ୍ୟାଙ୍କରୁ ୪୫ ହଜାର ଟଙ୍କା ଉଠାଇଥିଲେ । ସେ ଏକ ସାନିଟାଇଜର କିଣିବା ପାଇଁ ସତ୍ୟମ ମେଡିସିନି ଷ୍ଟୋରକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗାଡ଼ିର ଢିକି ଭାଙ୍ଗି କେହି ଦୁର୍ବୁତ୍ତ ୪୫ ହଜାର ଟଙ୍କା ଲୁଟି ନେଇଥିବା ସିତାକାନ୍ତ ନୟାଗଡ଼ ଟାଉନଥାନାରେ ଏତଲା ଦେଇଥିବା ଜଣାଯାଇଛି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।





