ନୟାଗଡ଼, (ବାଘୁଆବାର୍ତ୍ତା) : ସ୍ୱେଚ୍ଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ରହୁଥିବା କିଛି ମାନସିକ ବିକୃତ ବ୍ୟକ୍ତିଙ୍କ ସେବା କରାଯାଇଛି । ସେମାନଙ୍କ ଚୁଟି ଦାଢ଼ୀ କାଟି ସଦସ୍ୟମାନେ ଗାଧୋଇଦେବା ସହ, ନୂଆ ବସ୍ତ୍ର ପିନ୍ଧେଇ ଦିଆଯାଇଥିବା ଜଣାଯାଇଛି । ଏହା ସହିତ ଏହି ବ୍ୟକ୍ତିମାନଙ୍କ ସଦସ୍ୟମାନେ ଖାଦ୍ୟ ପ୍ରଦାନ କରିଥିବା ଜଣାଯାଇଛି । ଅନନ୍ୟା ଫାଉଣ୍ଡେସନ୍ ସଦସ୍ୟ ଆଷୁତୋଷ ଦାଶଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଆଜି ଦିନତମାମ୍ ସେବା କରିଥିବା ଜଣାଯାଇଛି ।





