ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପବିତ୍ର ବିଶ୍ୱକର୍ମା ପୂଜା । ପୂଜାକୁ ଦୃଷ୍ଟିରେ ରଖି ନୟାଗଡ଼ ସହରର ବହୁ ମୂର୍ତ୍ତି ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ମୂର୍ତ୍ତି ଆଣି ଠୁଳ କରିଥିବା ବେଳେ କରୋନା ମହାମାରୀ ପାଇଁ ସେମାନଙ୍କୁ ହତାଶ ହେବାକୁ ପଡ଼ିଛି । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଯେଉଁ ତୁଳନାରେ ମୂର୍ତ୍ତି ବିକ୍ରି ଲକ୍ଷ୍ୟ ରଖା ଯାଇଥିଲା । ସେହି ତୁଳନାରେ ମୂର୍ତ୍ତି ବିକ୍ରି ହୋଇନଥିବା ବ୍ୟବସାୟୀମାନେ କହିଛନ୍ତି । ଦଶପଲ୍ଲା ବଜାର ସାତଦିନ ପାଇଁ ବନ୍ଦ ହୋଇଥିବା ବେଳେ ଇଟାମାଟି ବଜାର ବନ୍ଦ ଏବଂ ଖଣ୍ଡପଡ଼ା ଏନ୍ଏସି ଗତକାଲିଠାରୁ କଣ୍ଟେନ୍ମେଣ୍ଟ ହୋଇଥିବାରୁ ୩୦ ପ୍ରତିଶତ ବିକ୍ରି ହୋଇଥିବା ବେଳେ ୭୦ ପ୍ରତିଶତ ମୂର୍ତ୍ତି ବ୍ୟବସାୟୀଙ୍କ ପାଖରେ ଠୁଳ ହୋଇ ରହିଥିବା ଜଣାଯାଇଛି । ଏଭଳି ସ୍ଥଳରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି ।





